Latest Odisha News

BREAKING NEWS

ଲିମକା ରେକର୍ଡ଼ରେ ସ୍ଥାନ ପାଇଲା ‘ଯାଆଁଳା ଶିଶୁ ଜଗା-କାଳିଆ’ଙ୍କ ବିରଳ ଅସ୍ତ୍ରୋପଚାର !

କଟକ/ଭୁବନେଶ୍ୱର: ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସଫଳ ଅସ୍ତ୍ରୋପଚାର ପ୍ରଖ୍ୟାତ ନ୍ୟୁରୋସର୍ଜରୀ ଡ଼ାକ୍ତର ଅଶୋକ କୁମାର ମହାପାତ୍ର ୨୦୧୭ରେ ଦିଲ୍ଲୀ ଏମସଠାରେ ସମ୍ପନ୍ନ କରିଥିଲେ । ଏହି ବିରଳ ଅସ୍ତ୍ରୋପଚାର ଲିମକା ବୁକ୍ସ ଅଫ ରେକର୍ଡ଼ସରେ ସ୍ଥାନ ପାଇଛି ।

ଏହି କଷ୍ଟସାଧ୍ୟ ଅପରେସନ ୧୨୫ ଜଣ ବିଶେଷଜ୍ଞ ଡ଼ାକ୍ତରଙ୍କ ଦ୍ୱାରା ୨୮ ମାସର ଯାଆଁଳା ଶିଶୁ ଜଗା-କାଳିଆଙ୍କର ସଫଳତାର ସହିତ ସମାପ୍ତ ହୋଇଥିଲା । ସାରା ଦେଶ ଏହି ଅସ୍ତ୍ରୋପଚାରକୁ ଅନାଇ ରହିଥିଲେ । ଏହି ଅସ୍ତ୍ରୋପଚାର ସଫଳ ହେବାପରେ ସମଗ୍ର ବିଶ୍ୱରୁ ଶୁଭେଚ୍ଛାର ବାର୍ତ୍ତା ପହଞ୍ଚିଥିଲା । ଡ଼ାକ୍ତର ଶ୍ରୀ ମହାପାତ୍ରଙ୍କୁ ଧନ୍ୟବାଦ ଦେବାସହିତ ହଜାର ହଜାର ଶୁଭେଚ୍ଛୁ ଜଗା-କାଳିଆଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

ଅଧୁନା ଶ୍ରୀ ମହାପାତ୍ର ସୋଆ ବିଶ୍ୱବିଦ୍ୟାଳୟର ଡ଼ାକ୍ତରୀ ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଛନ୍ତି ।

ଏହି ବିରଳ ଅସ୍ତ୍ରୋପଚାର ପ୍ରଥମେ ୨୦୧୭ ଅଗଷ୍ଟ ୨୮ରେ ଅନୁଷ୍ଠିତ ହୋଇଥିଲା ବେଳେ ୨୦୧୭ ଅକ୍ଟୋବର ୨୫ ତାରିଖରେ ୨ୟ ଅପରେସନ ହୋଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଏମ୍ସରେ ଜଗା-କାଳିଆ ଦୀର୍ଘ ୨ ବର୍ଷ ଧରି ଚିକିତ୍ସିତ ହେବାପରେ ଏବେ ଓଡ଼ିଶାର ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.