Latest Odisha News

ଭୋଟିଂ ମେସିନରେ ବ୍ୟାପକ ତ୍ରୁଟି: ଆଜି ଉମରକୋଟରେ ୧୦ଟାରୁ ୪ଟା ଯାଏ ପୁନଃ ମତଦାନ

ନବରଙ୍ଗପୁର: ଅଧ୍ୟକ୍ଷ ପଦବି ପାଇଁ ଭୋଟିଂ ମେସିନ୍ ରେ ତ୍ରୁଟି  ।  ଫଳରେ ଆଜି ଉମରକୋଟ ପୌରାଂଚଳର  ୧୪ ନମ୍ବର ବୁଥରେ ୧୦ଟାରୁ ୪ଟା ଯାଏ ହେବ ‌ଭୋଟ ଗ୍ରହଣ କରାଯିବ  ।

ଦୀର୍ଘ ମାସେ ଧରି ଉମରକୋଟ ପୌରାଂଚଳର ନିର୍ବାଚନ ଯେମିତି ସଫଳତାର ସହ ସମ୍ପନ୍ନ ହେବ ସେଥିପାଇଁ ପ୍ରଶାସନର ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଥିଲା। ସମସ୍ତ ଉଦ୍ୟମ ସତ୍ବେ ଗତକାଲି ଉମରକୋଟ ପୌରନିର୍ବାଚନରେ ତ୍ରୁଟି ଦେଖାଦେଇଥିଲା । ଫଳରେ ପ୍ରଶାସନ ପକ୍ଷରୁ ଉମରକୋଟ ‌ପୌରନିର୍ବାଚନର ୮ ନଂ ୱାର୍ଡର ୧୪ ନଂ ବୁଥ୍ ରେ ଅଧ୍ୟକ୍ଷ ନିର୍ବାଚନ ବାତିଲ କରାଯାଇଥିଲା।

ଆଜି ଉମରକୋଟ ୮ ନମ୍ବର ୱାର୍ଡ଼ର ୧୪ ନମ୍ବର ବୁଥରେ ଯାହା ତ୍ରୁଟି ଦେଖାଗଲା ତାହା  ପ୍ରଶାସନର ସମସ୍ତ ଚେଷ୍ଟା ଫେଲ୍ ମାରିଦେଲା। ମିଳିଥିବା ସୂଚନା ଅନୁଯାୟୀ  ଉମରକୋଟ ପୌରପରିଷଦର କେନାଲ ସାହି ପ୍ରାଥମିକ ବିଦ୍ୟାଳୟରେ ୮ ନମ୍ବର ୱାର୍ଡରେ ଦୁଇଟି ବୁଥ୍ ଥିବା ବେଳେ ବୁଥ୍ ନମ୍ବର ୧୪ରେ ପୌରାଧକ୍ଷ ଓ କାଉନସିଲର ପାଇଁ ଭୋଟ ଗ୍ରହଣ ଚାଲିଥିଲା ।

ଇଭିଏମ୍ ରେ ଉମରକୋଟ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ନାମ ବଦଳରେ ନବରଙ୍ଗପୁର  ପୌରାଧକ୍ଷ ପ୍ରାର୍ଥୀମାନଙ୍କ ନାମ ଥିଲା । ଭୋଟ ଗ୍ରହଣ ପ୍ରକ୍ରିୟା ବନ୍ଦ  ଥିଲା। ଖବର ପାଇ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ସଂପୃକ୍ତ ବୁଥକୁ ଯାଇ ଘଟଣାର ତଦନ୍ତ କରିଥିଲେ। ସମସ୍ତ ବିଷୟ ଜାଣିବାପରେ ଏହା ଭୁଲ୍ ବଶତଃ ହୋଇଥିବା ଏବଂ  ସେହି ୱାର୍ଡରେ ଆସନ୍ତା କାଲି ପୌରାଧକ୍ଷ ପାଇଁ ପୁଣି ଭୋଟ ଗ୍ରହଣ ହେବ ବୋଲି ପ୍ରକାଶ କରିଥିଲେ।

 

Comments are closed.