Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଭାରତୀୟ ଫୁଟବଲ ଫେଡେରେସନକୁ ନିଲମ୍ବିତ କଲା FIFA, କ’ଣ ପଡ଼ିବ ପ୍ରଭାବ ?

ଭୁବନେଶ୍ୱର: ଭାରତୀୟ ଫୁଟବଲ୍ ଫେଡେରେସନକୁ FIFA ନିଲମ୍ବିତ କରିଛି । ଫଳରେ ଅନିଶ୍ଚିତତା ମଧ୍ୟକୁ ଚାଲି ଯାଇଛି କଳିଙ୍ଗ ଷ୍ଟାଡିୟମରେ ଅକ୍ଟୋବରରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ୍ ଆୟୋଜନ । AIFFକୁ FIFA ନିଲମ୍ବିତ କରିବା ପରେ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ସ୍ତରର ଫୁଟବଲ୍ ମ୍ୟାଚ୍ ଆୟୋଜନ ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ FIFA କାହିଁକି ସର୍ବଭାରତୀୟ ଫୁଟବଲ୍ ଫେଡେରେସନକୁ ନିଲମ୍ବିତ କଲା ? ଆସନ୍ତୁ ଜାଣିବା…

ଦେଶର ସ୍ପୋର୍ଟ୍ସ କୋଡ୍ ଅନୁସାରେ, କେହି ବି ୩ ବର୍ଷରୁ ଅଧିକ ସମୟ ଧରି ସର୍ବଭାରତୀୟ ଫୁଟବଲ୍ ଫେଡେରେସନର ଅଧ୍ୟକ୍ଷ ରହି ପାରିବେ ନାହିଁ । କିନ୍ତୁ ୟୁପିଏ ସରକାରରେ ମନ୍ତ୍ରୀ ରହିଥିବା ପ୍ରଫୁଲ୍ଲ ପଟେଲ ଦୀର୍ଘ ୧୩ ବର୍ଷ ଧରି AIFFର ଅଧ୍ୟକ୍ଷ ରହିଥିଲେ । ବାଧ୍ୟ ବାଧ୍ୟକତାରେ ପ୍ରଫୁଲ୍ଲ ପଦ ଛାଡ଼ିବା ପରେ ଆରମ୍ଭ ହୋଇଛି ରାଜନୀତି । ଆଉ ଯାହାର ଫଳ ସ୍ୱରୂପ FIFA, AIFFକୁ ଝଟକା ଦେଇଛି ।

ସର୍ବଭାରତୀୟ ଫୁଟବଲ୍ ଫେଡେରସନର ନିର୍ବାଚନ ନ ହେବା କାରଣରୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ଅଫ୍ ଆଡମିନିଷ୍ଟ୍ରେସନ୍ ଭାରତୀୟ ଫୁଟବଲର ପରିଚାଳନା କରୁଛନ୍ତି । କିନ୍ତୁ ନିୟମ କହୁଛି, କୌଣସି ଦେଶରେ ଯଦି ଫୁଟବଲ୍ ପାଇଁ ନିର୍ଦ୍ଦିଷ୍ଟ ସଂସ୍ଥା ଓ ଅର୍ଗାନାଇଜିଂ ବଡି ନଥିବେ ତ ତାର ମାନ୍ୟତା ପ୍ରତ୍ୟାହାର କରାଯାଇ ପାରିବ । ଆଉ ଯାହା ଫଳରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ୍ ଆୟୋଜନ ଅଧିକାର ଭାରତ ଠାରୁ ଛଡ଼ାଇ ନେଇଛି FIFA । ତା’ଛଡ଼ା ଭାରତ ଏବେ କୌଣସି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳି ପାରିବ ନାହିଁ ।

ଫିଫା ଦ୍ୱାରା AIFF ନିଲମ୍ବିତ ହେବା ଦ୍ୱାରା ଦେଶରେ ଫୁଟବଲ୍ ଖେଳ ପ୍ରଭାବିତ ହେବ । ଆସନ୍ତା ବର୍ଷ ହେବାକୁ ଥିବା AFC ଏସିଆନ୍ କପ୍ ସହ ଅନ୍ୟ କୌଣସି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଭାଗ ନେଇପାରିବ ନାହିଁ । ଏପରିକି ISL ଭଳି ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବା ଲାଗି ଭାରତ ଆସି ପାରିବେନି ବିଦେଶୀ ଖେଳାଳି ।

Leave A Reply

Your email address will not be published.