Latest Odisha News

BREAKING NEWS

ରବିବାର ଟିକାନେଲେ ୧୫ ହଜାର ଲୋକ

ଭୁବନେଶ୍ଵର: ରବିବାର ରାଜ୍ୟରେ ୮୫ଟି ସେସନ ସାଇଟରେ ୧୫,୩୨୦ଜଣ ଟିକା ନେଇଛନ୍ତି। ୧୮ରୁ ୪୪ ବର୍ଷ ବର୍ଗରେ ପ୍ରଥମ ଡୋଜ୍ ୧୧,୦୪୫ ଜଣ ଟିକା ନେଇଥିବା ବେଳେ ଏହି ବର୍ଗରେ ଜଣେ ବି ହେଲେ ଦ୍ଵିତୀୟ ଡୋଜ୍ ନେଇନାହାନ୍ତି।  ୪୫ବର୍ଷରୁ ଉର୍ଦ୍ଧ୍ଵ  ବର୍ଗରେ ପ୍ରଥମ ଡୋଜ୍ ୨,୭୭୩ ଜଣ ଓ ଦ୍ଵିତୀୟ ଡୋଜ୍ ୧,୪୯୫ଜଣ ଟିକା ନେଇଛନ୍ତି।

ରବିବାର ସନ୍ଧ୍ୟା ସୁଦ୍ଧା ୧୮ରୁ ୪୪ ବର୍ଷ ବର୍ଗରେ ପ୍ରଥମ ଡୋଜ୍ ୧,୪୦୯୭୮୭ ଜଣ ଓ ୧,୦୯୮୩୫ ଦ୍ଵିତୀୟ ଡୋଜ୍ ନେଇଛନ୍ତି। ସେହିପରି ୪୫ ବର୍ଷ ଉର୍ଦ୍ଧ୍ଵ ବର୍ଗରେ ୫୭,୮୮୩୦୧ ପ୍ରଥମ ଡୋଜ୍ ଓ ୧୨,୮୩୭୭୭ ଦ୍ଵିତୀୟ ଡୋଜ୍ ନେଇଛନ୍ତି। ଆଜି ସୁଦ୍ଧା ୩,୩୨୮୪୭ ସ୍ଵାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୨,୮୦୮୧୪ଜଣ ଦ୍ଵିତୀୟ ଡୋଜ୍ ଟିକା ନେଇଛନ୍ତି। ଫ୍ରଣ୍ଟଲାଇନ୍ ଓ୍ଵାର୍କରଙ୍କ ମଧ୍ୟରୁ ପ୍ରଥମ ଡୋଜ୍ ୩,୦୭୧୮୭ ପ୍ରଥମ ଡୋଜ୍ ନେଇଥିବା ବେଳେ ୧,୮୦୩୬୪ ଜଣ ଦ୍ଵିତୀୟ ଡୋଜ୍ ନେଇସାରିଛନ୍ତି।

ରବିବାର ସୁଦ୍ଧା କୋଭିସିଲ୍ଡ(କେନ୍ଦ୍ର ଦେଇଥିବା) ୬,୧୧, ୧୯୦ ଡୋଜ୍ ଟିକା ଥିବା ବେଳେ ରାଜ୍ୟ ସରକାରଙ୍କ ନିଜେ କିଣିଥିବା ୩,୫୪,୦୯୦ ଡୋଜ୍ ଟିକା ରହିଛି। ସେହିପରି କେନ୍ଦ୍ର ସରକାର ଦଇଥିବା ୭୭, ୧୧୦ କୋଭାକ୍ସିନ ଡୋଜ୍ ଓ ରାଜ୍ୟ ସରକାରଙ୍କର ନିଜେ କିଣିଥିବା ୩,୫୨,୨୩୦ ଡୋଜ୍ ଟିକା ରହିଛି। ରାଜ୍ୟ ସରକାର ୨୧ ତାରିଖଠାରୁ ଟିକାକରଣକୁ ଜୋରଦାର କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ସହ ଜିଲ୍ଲା ଓ ମ୍ୟୁନିସିପାଲିଟିସ୍ତରରେ ନିର୍ଦ୍ଦେଶ ଦେଇସାରିଛନ୍ତି। ଆଜି ସୁଦ୍ଧା ମୋଟ ୯୬ଲକ୍ଷ୯୨ହଜାର୯୧୨ଜଣ ଟିକା ନେଇସାରିଛନ୍ତି। ଆସନ୍ତାକାଲିଠାରୁ ଦୈନିକ ୩ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଆସନ୍ତାକାଲି ପାଇଁ ୧୨୨୦ ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବାକୁ ସ୍ଥିର ହୋଇଛି।

Comments are closed.