Latest Odisha News

BREAKING NEWS

୧୨ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଆରଆଇ ଓ ଅମିନ

ଭୁବନେଶ୍ୱର: ଗୁରୁବାର ଓଡିଶା ଭିଜିଲାନ୍ସ ଅଧିକାରୀମାନେ କଟକ ଜିଲ୍ଲାର କନ୍ଦରପୁର ରାଜସ୍ୱ ନିରୀକ୍ଷକ (ଆରଆଇ) ମନୋଜ କୁମାର ବେହେରା ଏବଂ ଅମିନ ବିଚିତ୍ରାନନ୍ଦ ଶତପଥୀଙ୍କୁ ୧୨,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଗିରଫ କରିଛନ୍ତି। ଘରବାରି ପଟ୍ଟା କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ।

ଭିଜିଲାନ୍ସର ଏକ ବିଜ୍ଞପ୍ତି ଅନୁଯାୟୀ, ସେମାନେ କନ୍ଦରପୁର ରାଜସ୍ୱ କାର୍ଯ୍ୟାଳୟ ନିକଟରେ ଥିବା ଏକ ଦୋକାନ ମାଲିକଙ୍କଠାରୁ ଚାଷ ଜମିକୁ ଘରବାରିରେ ପରିବର୍ତ୍ତନ ପାଇଁ ମାଗିଥିଲେ ୧୨ ହଜାର ଟଙ୍କା। ଏହି ଘଟଣା ଭିଜିଲାନ୍ସ ବିଭାଗକୁ ଜଣାଇବା ପରେ ଭିଜିଲାନ୍ସ ଏକ ଜାଲ ପକାଇଥିଲା ସେମାନଙ୍କୁ କାବୁ କରିବା ପାଇଁ।

ଶେଷରେ ଭିଜିଲାନ୍ସ ରେଡ ହ୍ୟାଣ୍ଡ ଧରିଥିଲା। ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଟ୍ରାପ ପରେ ଆରଆଇ ମନୋଜ ବେହେରାଙ୍କ ତିନୋଟି ସ୍ଥାନରେ ଚାଲିଛି ଚଢ଼ାଉ । ଅମିନ ବିଚିତ୍ରାନନ୍ଦ ଶତପଥିଙ୍କ ଦୁଇଟି ସ୍ଥାନରେ ଚାଲିଛି ଚଢ଼ାଉ। ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ।

Comments are closed.