Latest Odisha News

ବନ୍ଧା ହେଲେ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁ

ଭଞ୍ଜନଗର: ବନ୍ଧା ହେଲେ ଭଞ୍ଜନଗର ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ପ୍ରସନ୍ନ ସ୍ବାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ । ବୁଧବାର ଭିଜିଲାନ୍ସ ପକ୍ଷରୁ ତାଙ୍କର ସମସ୍ତ ସ୍ତାବର ଅସ୍ତାବର ସମ୍ପତ୍ତି ଉପରେ ଚଢାଉ କରିଥିଲା ଭିଜିଲାନ୍ସ । ଏକକାଳୀନ ୯ଟି ସ୍ଥାନରେ ଚଢାଉ କରି ଇଞ୍ଜିନିୟର ବାବୁଙ୍କର ଅମାପ ସମ୍ପତି ଠାବ କରିଥିଲା ଭିଜିଲାନ୍ସ ।

ଭଞ୍ଜନଗର ବାଗଦେବୀ ରୋଡ ସ୍ଥିତ ବାସଭବନ ଓ ୩ ମହଲା ଘର ସମେତ ଭଞ୍ଜନଗରରେ ଥିବା ୩ ମହଲା କୋଠା, ନିର୍ମାଣାଧାନ ଦୁଇମହଲା ଘର, ବ୍ରହ୍ମପୁରର ତୁଳସୀନଗରରେ ଥିବା ୪ମହଲା ଘର, ଭଞ୍ଜନଗରର ଅଫିସ୍ ଦୁଇ ସଂପର୍କୀୟଙ୍କ ଘର ଓ ପୈତୃକ ଘର ଭଞ୍ଜନଗର ଥାନା ଅନ୍ତର୍ଗତ ଲୁଡ଼ୁଲୁଡ଼ି ଘର ସବୁଠି ଚଢାଉ କରିଥିଲା ଭିଜିଲାନ୍ସ । ଏଥିସହିତ ୬ଟି ବହୁତଳ କୋଠା ସହ ୫ଟି ପ୍ଲଟ ଠାବ କରିଥିଲା ଭିଜିଲାନ୍ସ ଟିମ୍‌ । ଯାହାପରେ ଏସବୁ ନେଇ ବାବୁଙ୍କ ପାଖରେ କିଛି ସନ୍ତୋଷଜନକ ଉତ୍ତର ନଥିବାରୁ ଆଜି ଆୟ ବହିର୍ଭୂତ ସମ୍ପତ୍ତି ଠୁଳରେ ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Comments are closed.