Latest Odisha News

BREAKING NEWS

ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ;ବାପାଙ୍କ ସହାୟତାରେ ୫.୫୬ କୋଟି ଆତ୍ମସାତ

ଭଦ୍ରକ:ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କର ଶାଖା ମୁଖ୍ୟ ମାତୃପ୍ରସାଦ ମହାନ୍ତିଓ ଅବସରପ୍ରାପ୍ତ ଶିକ୍ଷକ ବାପାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । କୋରେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଏହି ଠକେଇ ହୋଇଛି। ସରକାରୀ ପାଣ୍ଠିର ଅପବ୍ୟବହାର କରି ୫,୫୬,୧୧,୪୯୫ କୋଟି ଟଙ୍କା ଠକେଇ କରିଛନ୍ତି । ଭିଜିଲାନ୍ସ ବିଭାଗ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା ଯେ ଏହି ଠକେଇରେ ଅଭିଯୁକ୍ତ ମାତୃପ୍ରସାଦ ମହାନ୍ତିଙ୍କୁ ତାଙ୍କ ପିତା ପ୍ରଦୀପ କୁମାର ମହାନ୍ତି (ବିଇଓ କାର୍ଯ୍ୟାଳୟରେ ପୁନଃନିଯୁକ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ) ସହଯୋଗ କରିଥିଲେ।

ସୂଚନାଥାଉକି, ସିଷ୍ଟମ ହେରଫେର କରି ପ୍ରଦୀପ କୁମାର ମହାନ୍ତି ମାନବ ସମ୍ବଳ ପରିଚାଳନା ପ୍ରଣାଳୀ (HRMS) କୁ ବେଆଇନ ଭାବେ ପ୍ରବେଶ କରିଥିଲେ। ସେ ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ଆଇଡି ବ୍ୟବହାର କରିଥିଲେ। ସେହି ଅବସରପ୍ରାପ୍ତ ଶିକ୍ଷକମାନେ ଏବେ ବି ଚାକିରି କରୁଛନ୍ତି ବୋଲି ମିଛ ରେକର୍ଡ ଦେଖାଇ ସେମାନଙ୍କ ନାଁରେ ମାସିକ ପେନ୍ ସନ୍ ବିଲ୍ ପ୍ରସ୍ତୁତ କରୁଥିଲେ। ସେହି ଟଙ୍କାଗୁଡ଼ିକୁ ବିଭିନ୍ନ SBI ବ୍ୟାଙ୍କ ଶାଖାରେ ଥିବା ନିଜ ଆକାଉଣ୍ଟ, ତାଙ୍କ ପୁଅ ମାତୃପ୍ରସାଦ ଓ ଅନ୍ୟ ପରିବାର ସଦସ୍ୟଙ୍କ ଆକାଉଣ୍ଟକୁ ପଠାଇ ଦେଉଥିଲେ । ଏହି ଜାଲିଆତି ୨୦୧୮ ନଭେମ୍ବରରୁ ୨୦୨୪ ସେପ୍ଟେମ୍ବର ମଧ୍ୟରେ ପ୍ରାୟ ୬ ବର୍ଷ ଧରି ଚାଲିଥିଲା।

ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.