Latest Odisha News

ଗିରଫ ହେଲେ ସିଏଚଏସଇ ରେକର୍ଡ ସପ୍ଲାୟର୍

ଭୁବନେଶ୍ବର: ଗିରଫ ହୋଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ପୁରେନ୍ଦ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ତେବେ ଗତକାଲି ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ତଥା ଭିଜିଲାନ୍ସର ଏକ ଟିମ୍ ପୁରେନ୍ଦ୍ରଙ୍କ ସ୍ତାବର ଅସ୍ତାବର ଅନେକ ସ୍ଥାନରେ ଚଢାଉ ଆରମ୍ଭ କରିଥିଲା । ତେବେ ଚଢାଉ ପରେ ପୁରେନ୍ଦ୍ରଙ୍କ ଘରୁ ୧୬ଟି ବେନାମୀ ପ୍ଲଟର ପଟ୍ଟା, ଭୁବନେଶ୍ୱରରେ ୧୦ ହଜାର ବର୍ଗଫୁଟ୍‌ରେ ୪ ମହଲା କୋଠା, ୧୬ ଲକ୍ଷ ଜମାରାଶି, ୧.୭ ଲକ୍ଷ ନଗଦ ରାଶି, ୨ଟି କାର୍‌ ଓ ୫ଟି ବାଇକ୍‌ ଜବତ କରିଛି ପୋଲିସ୍ । ଏଥିସହିତ ଅନ୍ୟ ନାଁରେ ଜମି କିଣିଥିବା ସନ୍ଦେହ ରହିଥିବା ବେଳେ ଏନେଇ ତଦନ୍ତ ଜାରି କରିଛି ଭିଜିଲାନ୍ସ ।

Comments are closed.