ଯାଜପୁର: ଭିଜିଲାନ୍ସ ଜାଲରେ ଯାଜପୁର ଜିଲା ସୁକିନ୍ଦା ବ୍ଲକର ପୂର୍ବତନ ପିଇଓ । ସୁକିନ୍ଦା ବ୍ଲକର ପିମ୍ପୁଡ଼ିଆ ପଞ୍ଚାୟତରେ ବାର୍ଦ୍ଧକ୍ୟ ପେନସନ (OAP) ହିତାଧିକାରୀଙ୍କ ପାଇଁ ଭତ୍ତା ଟଙ୍କା ହଡପ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପୂର୍ବତନ ପିଇଓ ସନ୍ତୋଷ କୁମାର ଜେନାଙ୍କୁ ଦାନଗଦୀ ବ୍ଲକରୁ ଗିରଫ କରିଛି ।
ଖବର ମୁତାବକ, କିଛିଦିନ ପୂର୍ବେ ପୂର୍ବତନ ପିଇଓ ସନ୍ତୋଷ ଜେନା ସୁକିନ୍ଦା ବ୍ଲକର ପିମ୍ପୁଡିଆ ପଞ୍ଚାୟତରେ କାର୍ଯ୍ୟ କରୁଥିଲେ । ଏହି ସମୟରେ ବୃଦ୍ଧାବୃଦ୍ଧ ଓ ଲୋକଙ୍କ ଭତ୍ତା ଟଙ୍କା ବାବଦରେ ୭୩୫୦୦୦ ହଜାର ଟଙ୍କା ହଡ଼ପ କରିଥିବା ଅଭିଯୋଗ ହେଇଥିଲା । ଅଭିଯୋଗକୁ ଆଧାର କରି ସନ୍ତୋଷକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ଏହା ସହିତ ଭିଜିଲାନ୍ସ ନିକଟରେ ଏତଲା ମଧ୍ୟ ଦିଆଯାଇଥିଲା ।
ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ, ଭିଜିଲାନ୍ସ ଅଧିକାରୀମାନେ ଟଙ୍କା ଆତ୍ମସାତ ହୋଇଥିବାର ପ୍ରମାଣ ପାଇଲେ ଏହାପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଦୁର୍ନୀତି ନିବାରଣ ଆଇନର ପ୍ରାସଙ୍ଗିକ ଧାରା ଅନୁଯାୟୀ ଜେନାଙ୍କ ବିରୁଦ୍ଧରେ ଏକ ମାମଲା (କଟକ ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୨୬/୨୦୨୫) ରୁଜୁ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ରହିଛି ।
Comments are closed.