Latest Odisha News

BREAKING NEWS

ଓପିଏଚଡ଼ବ୍ଲ୍ୟୁସି ଡ଼େପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଅଟକ, ଫ୍ରିଜ୍ ହେଲା ବ୍ୟାଙ୍କ ଆକାଉଣ୍ଟ

ଭୁବନେଶ୍ୱର: କୁବେର ବାବୁଙ୍କ ଘରେ ଚାଲିଥିବା ଚଢ଼ାଉ ଶେଷ ହୋଇଛି। ଗତକାଲିଠାରୁ ଓପିଏଚଡ଼ବ୍ଲୁସି ଡ଼େପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଥିଲା ଚଢ଼ାଉ। ଚଢ଼ାଉ ପରେ ସମ୍ପତ୍ତିର ମୂଲ୍ୟାୟନ ଚାଲିଥିଲା। ଆଜି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି ଭିଜିଲାନ୍ସ। ଏହାସହ ପ୍ରତାପ ସାମଲଙ୍କୁ ଅଟକ ରଖି ଭିଜିଲାନ୍ସ ପଚରାଉଚୁରା କରୁଛି। ପ୍ରତାପ ସାମଲ ଓ ତାଙ୍କ ପରିବାରର ବ୍ୟାଙ୍କ ଆକାଉଣ୍ଟରେ ମୋଟ୍ ୧କୋଟି ୬୧ଲକ୍ଷ ୩୫ହଜାର ୮୧୨ଟଙ୍କା ରହିଛି।

କୁବେର ଅଧିକାରୀଙ୍କ ୨୫ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ। ୨୫ଟି ପ୍ଲଟର ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ଼୍ୟୁଟି ମିଶାଇ ୩କୋଟି ୪୧ଲକ୍ଷ ୫୮ହଜାର ୪୧୨ଟଙ୍କା। ଗୋଠପାଟଣାରେ ଥିବା ୫ମହଲା ଘରର ମୂଲ୍ୟ ୩କୋଟି ୮୯ଲକ୍ଷ ୬୦ହଜାର ଟଙ୍କା। ଅନ୍ୟ ଘରଗୁଡ଼ିକ ବାବଦରେ ଟେକ୍ନିକାଲ ଟିମ୍ ଅନୁଧ୍ୟାନ କରୁଛି। ୫୭ ଲକ୍ଷ ୭୨ହଜାର ୧୫୦ଟଙ୍କା ବୀମା ପଇଠ ହୋଇଥିବାବେଳେ ଏବେ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଓଡ଼ିଶା ପୋଲିସ ହାଉସିଂବୋର୍ଡ଼ ଓ ୱେଲଫେୟାର କର୍ପୋରେସନର ଡ଼େପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ଘରେ ଚଢ଼ଉ କରାଯାଇଥିଲା। ଭିଜିଲାନ୍ସର ୧୦ଟି ଟିମ୍ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା।

Comments are closed.