Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ୱାଟକୋ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁ

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର । ଭୁବନେଶ୍ବର ଜଳଯୋଗାଣ ଓ ସ୍ବରେଜ୍ ବୋର୍ଡର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କୁ ଧରିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦେବାଶିଷ ସାହୁଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଚାଲିଛି ରେଡ୍ । ଖୋର୍ଦ୍ଧା, ଭୁବନେଶ୍ବର ଘର ସମେତ କଟକର ସଂପର୍କୀୟଙ୍କ ଘରେ ମଧ୍ୟ ଚାଲିଛି ରେଡ୍ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲ‌ରେ ଛନ୍ଦି ହୋଇଛନ୍ତି ୱାଟକୋ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁ। ସକାଳୁ ସକାଳୁ ଦେବାଶିଷଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ। ଚଢାଉରେ ୭ ଡିଏସପି, ୯ ଇନ୍ସପେକ୍ଟର, ୧୦ ଏଏସଆଇ, ସାମିଲ ଅଛନ୍ତି । ଚଢାଉ ହେଉଥିବା ୭ଟି ସ୍ଥାନ ମଧ୍ୟରେ ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକର ଅନେକ ଅଞ୍ଚଳ ରହିଛି । ତେବେ ବର୍ତ୍ତମାନ ଯାଏ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Comments are closed.