Latest Odisha News

BREAKING NEWS

ଜନ୍ମ ପ୍ରମାଣପତ୍ର ପ୍ରଦାନ ପାଇଁ ଲାଞ୍ଚ ଦାବି; ବନ୍ଧା ହେଲେ ସ୍ୱାସ୍ଥ୍ୟ କର୍ମୀ 

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ାରେ ଜଣେ ବ୍ୟକ୍ତିଙ୍କ ପୁଅର ଜନ୍ମ ପ୍ରମାଣପତ୍ର ପ୍ରଦାନ ପାଇଁ ଲାଞ୍ଚ ଦାବି କରି ଫସିଲେ ଅଧିକାରୀ। ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଜଣେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ (ଏମଏଚଡବ୍ଲୁ) ଏବଂ କିରାଣୀଙ୍କୁ ଗିରଫ କରିଛନ୍ତି।

ଅଭିଯୁକ୍ତ କୁଞ୍ଜ ବିହାରୀ ରାଉତ ଜିଲ୍ଲାର ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ରେ ଏମଏଚଡବ୍ଲୁ-କମ-କ୍ଲାର୍କ ଭାବରେ କାର୍ଯ୍ୟ କରନ୍ତି।

ଜଣେ ଗରିବ ଚାଷୀଙ୍କ ପୁଅର ଜନ୍ମ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ତାଙ୍କଠାରୁ ମୋଟ ୬,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। କିସ୍ତିରେ ଟଙ୍କା ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ନେଇ ସୂଚନା ମିଳିଛି।

କୁଞ୍ଜ ବିହାରୀ କିଛି ଦିନ ତଳେ ଅଭିଯୋଗକାରୀଙ୍କଠାରୁ ୩ ହଜାର ଟଙ୍କା ନେଇଥିଲେ। ଏହାବ୍ୟତୀତ ବାକି ଲାଞ୍ଚ ରାଶି ତୁରନ୍ତ ପ୍ରଦାନ ପାଇଁ ଜିଦ୍ ଧରିଥିଲେ।

ଅନ୍ୟ କୌଣସି ଉପାୟ ନପାଇ ଉକ୍ତ ଗରିବ ଚାଷୀ ଜଣକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଏହା ପରେ ଏକ ଭିଜିଲାନ୍ସ ଟିମ୍ ଅଭିଯୋଗକାରୀଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଗିରଫ କରିଥିଲା। ତାଙ୍କ କବଜାରୁ ସମସ୍ତ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ତେବେ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କର ଦୁଇଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି। ଏନେଇ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।

Comments are closed.