Latest Odisha News

ଭିଜିଲାନ୍ସ ଜାଲରେ ମାଥିଲି ବିଇଓ ଅଫିସର ବରିଷ୍ଠ କିରାଣୀ

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଥିଲି ବିଇଓ ଅଫିସର ବରିଷ୍ଠ କିରାଣୀ ରବି ନାରାୟଣ ପାତ୍ର। କାଗଜପତ୍ର କାମ ପାଇଁ ଜଣେ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ରବି ନାରାୟଣଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ନିଲମ୍ବିତ ହୋଇଥିବା ଜଣେ ଶିକ୍ଷକଙ୍କର କାଗଜପତ୍ର କାମ କରିବା ପାଇଁ ତାଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବିଇଓ ରବି ନାରାୟଣ ପାତ୍ର । କୌଣସି ଉପାୟ ନପାଇ ଶେଷରେ ଭିଜିଲାନ୍ସର ଦ୍ଵାରସ୍ତ ହୋଇଥିଲେ ଉକ୍ତ ଶିକ୍ଷକ ଜଣଙ୍କ । ପୂର୍ବ ଯୋଜନା ଅନୁସାରେ ଆଜି ଉକ୍ତ ଶିକ୍ଷକଙ୍କ ଠାରୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବରୁ ଲୁଚି ବସିଥିବା ଭିଜିଲାନ୍ସ ହାତରେ ଧରା ପଡିଥିଲେ କିରାଣୀ ରବି ନାରାୟଣ ପାତ୍ର। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ କିରଣୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ ।

Comments are closed.