Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଏଡିଇଓ, ଲାଞ୍ଚ ନେବା ଅଭିଯୋଗରେ ବନ୍ଧା ହେଲେ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ କୋରାପୁଟର ବୋଇପାରିଗୁଡ଼ା ବ୍ଲକ ଅନ୍ତର୍ଗତ ବଡ଼ପୁଟ ଗ୍ରାମ ପଞ୍ଚାୟତର ଜଣେ ଆକାଉଣ୍ଟାଣ୍ଟ-କମ୍-ଡାଟା ଏଣ୍ଟ୍ରି ଅପରେଟର (ADEO)ଙ୍କୁ ଲାଞ୍ଚ ନେବା ଅଭିଯୋଗରେ ମଙ୍ଗଳବାର ଦିନ ଗିରଫ କରିଛନ୍ତି।

ମନରେଗା ଯୋଜନା ଅଧୀନରେ “ମିର୍ଚିମାଳାରୁ ଗୋଇଲଖାରୀ ପର୍ଯ୍ୟନ୍ତ ଘାଟ କଟିଂ କାମ” ପାଇଁ ତାଙ୍କ ସପକ୍ଷରେ କାର୍ଯ୍ୟାଦେଶ ପ୍ରଦାନ କରିବା ପାଇଁ ସମସ୍ତ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ଏବଂ ଫାଇଲ୍ ପ୍ରକ୍ରିୟାକରଣ କରିବା ପାଇଁ ଅଭିଯୁକ୍ତ ଅମରବର ମଲ୍ଲିକ ଠିକାଦାରଙ୍କ ଠାରୁ ୨୦୦୦୦ ଟଙ୍କା ଦାବି କରିଥିଲେ।

ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ମଧ୍ୟ ADEO ଠିକାଦାରଙ୍କ ସପକ୍ଷରେ କାର୍ଯ୍ୟାଦେଶ ପ୍ରଦାନ କରୁନଥିଲେ। ଠିକାଦାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଅମରବର ମଲ୍ଲିକ ଲାଞ୍ଚ ଦେବାକୁ ବାଧ୍ୟ କରୁଥିଲେ।

ଯାହାପରେ ଠିକାଦାର ଏନେଇ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସୂଚନା ପାଇ ଭିଜିଲାନ୍ସର ଏକ ଟିମ୍ ଠିକାଦାରଙ୍କଠାରୁ ୨୦୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଚଢ଼ଉ କରିଥିଲେ। ପରେ ADEOଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି।

ତେବେ ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଅଛି କି ନାହିଁ ତାହା ଜାଣିବା ପାଇଁ ତାଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ତଲାସି ଜାରି ରହିଛି। ବର୍ତ୍ତମାନ୍ ADEOଙ୍କ ବିରୁଦ୍ଧରେ ମାମଲା ରୁଜୁ ସହ ଅଧିକ ତଦନ୍ତ ଜାରି ରହିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.