Latest Odisha News

BREAKING NEWS

ଲାଞ୍ଚ ନେଇ ଫସିଲେ ଡାଟା ଏଣ୍ଟ୍ରି ଅପରେଟର

ଭୁବନେଶ୍ବର: ବାଲେଶ୍ୱର ସିମୁଳିଆ ବ୍ଲକର ଜନ କଲ୍ୟାଣ ବିଭାଗର ଅଫିସ ଆସିଷ୍ଟାଣ୍ଟ-କମ-ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱରଞ୍ଜନ ପ୍ରଧାନଙ୍କୁ ଲାଞ୍ଚ ନେବା ବେଳେ ସୋମବାର ଦିନ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।

ଇଣ୍ଟରକାଷ୍ଟ ବିବାହ ପାଇଁ ୨.୫ ଲକ୍ଷ ଟଙ୍କାର ସରକାରୀ ସହାୟତା ପ୍ରଦାନ କରୁଥିବା ସୁମଙ୍ଗଳ ଯୋଜନା ଅଧୀନରେ ଏକ ଆବେଦନର ପ୍ରକ୍ରିୟାକରଣ ପାଇଁ ଏହି ଲାଞ୍ଚ ଦାବି କରାଯାଇଥିବା ଜଣାପଡ଼ିଛି।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ ମାର୍ଚ୍ଚ ୩୧, ୨୦୨୫ ରେ ଜଣେ ଅନୁସୂଚିତ ଜାତିର ଝିଅଙ୍କୁ ବିବାହ କରିଥିଲେ। ଗତ ଛଅ ମାସ ଧରି ସୁମଙ୍ଗଳ ଯୋଜନାରେ ସରକାରୀ ସୁବିଧା ପାଇଁ ଆବେଦନ କରୁଥିଲେ। କିନ୍ତୁ ଫାଇଲ୍ ପ୍ରକ୍ରିୟାକରଣ ପାଇଁ ବିଶ୍ୱରଞ୍ଜନ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। କିନ୍ତୁ ଅଭିଯୋଗକାରୀ ଏହା ଦେବାକୁ ଅସାମର୍ଥ୍ୟ ପ୍ରକାଶ କରିବା ପରେ ଏହି ଦାବି ୫,୦୦୦ ଟଙ୍କାକୁ ହ୍ରାସ କରାଯାଇଥିଲା।

କୌଣସି ବିକଳ୍ପ ନପାଇ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ। ଯାହା ପରେ ଲାଞ୍ଚ ନେବାବେଳେ ତାଙ୍କୁ ଧରିଥିଲା ଟିମ୍।

ବିଶ୍ୱରଞ୍ଜନଙ୍କ ନିକଟରୁ ୫,୦୦୦ ଟଙ୍କା ଜବତ କରାଯାଇଥିଲା। ଏଥିସହିତ ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ଯାଞ୍ଚ କରିବା ପାଇଁ ଅଭିଯୁକ୍ତଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ଛାନଭିନ କରାଯାଉଛି।

 

Comments are closed.