Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ୧୨ଟି ସ୍ଥାନରେ ଚାଲିଛି ରେଡ୍

କଟକ: କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ। ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଏକକାଳୀନ ୧୨ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍‌ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପ ରଥଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। କଟକ,ଖୋର୍ଦ୍ଧା, ଭଦ୍ରକ, ଯାଜପୁର ଓ ଭୁବନେଶ୍ୱରର ୧୨ଟି ସ୍ଥାନରେ ଚଢ଼ାଉ କରାଯାଇଛି।

ପ୍ରଦୀପଙ୍କ ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଘର ଓ ଚନ୍ଦ୍ରଖେଶରପୁରରେ ଥିବା ଆପାର୍ଟମେଣ୍ଟ ,ଭଦ୍ରକ ଆଚାର୍ଯ୍ୟ ନଗରରେ ଥିବା ଘର, ଆଗରପଡ଼ାରେ ଥିବା ପୈତୃକଘର ଓ କଟକ ବାରବାଟୀ ଷ୍ଟାଡିୟମ୍ ପରିସରରେ ଥିବା ଅଫିସରେ ଏହି ଚଢ଼ାଉ କରାଯାଇଛି। ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟରେ ପ୍ରଦୀପଙ୍କ ପୁଅ ନାଁରେ ଥିବା ମେଡିସିନ ଦୋକାନରେ ଚଢ଼ାଉ କରାଯାଇଥିବା ସୂଚନା ରହିଛି। ପ୍ରଦୀପଙ୍କ ଯାଜପୁର ଓ ଖୋର୍ଦ୍ଧାରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି।

ଏହି ଚଢ଼ାଉରେ ୯ ଡିଏସପି ସହ ୧୧ ଇନ୍ସପେକ୍ଟର ସାମିଲ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ପ୍ରଦୀପଙ୍କ ଘରେ ଚଢାଉ ହୋଇଛି। ଭିଜିଲାନ୍ସ ଅଧିକାରୀ ଘଟଣାର ତଦନ୍ତ କରି ଆଜି ଭୋର ପ୍ରାୟ ୪ଟା ସମୟରେ ୧୨ଟି ସ୍ଥାନରେ ଚଢ଼ାଉ କରିଛନ୍ତି।

Comments are closed.