ଜଗତସିଂହପୁର:ଜଗତସିଂହପୁର ଜିଇଡିର କନିଷ୍ଠ ଯନ୍ତ୍ରୀ( Jr.Engineer (JE), GED, Jagatsinghpur) ସୋମା ଦାସ ଗାଁରେ ଷ୍ଟ୍ରିଟ ଲାଇଟ ସ୍ଥାପନ ପାଇଁ ଆକଳନ ପ୍ରସ୍ତୁତ କରିବା ବାବଦରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ (Odisha Vigilance)ହାତରେ ଧରାପଡିଛନ୍ତି । ଧରାପଡ଼ିବା ପରେ କନିଷ୍ଠ ଯନ୍ତ୍ରୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ସୋମା ଦାସଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକ ସମୟରେ ଚଢ଼ାଉ ଜାରି ରହିଛି।
ସୂଚନାଥାଉକି, ମେ ୮ ରେ ସମ୍ପୃକ୍ତ ଅଭିଯୋଗକାରୀ ଜଣକ ନିଜ ସପକ୍ଷରେ ୱାର୍କ ଅର୍ଡର ପାଇବା ପାଇଁ ଆକଳନ ପ୍ରସ୍ତୁତ କରିବାକୁ ଗ୍ରାମପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଚିଠି ଜେଇ ସୋମା ଦାସଙ୍କୁ ପ୍ରଦାନ କରିଥିଲେ। କାର୍ଯ୍ୟନିର୍ବାହୀଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ସୋମା ଦାସ କୌଣସି କାରଣ ନଥାଇ ଆକଳନ ପ୍ରସ୍ତୁତିକୁ ପକାଇ ରଖିଥିଲେ। ଏହା ବଦଳରେ ଅଭିଯୁକ୍ତ ଜେଇ ଉକ୍ତ କାର୍ଯ୍ୟର ସମୁଦାୟ ଆକଳନ ମୂଲ୍ୟ ୧୫ ଲକ୍ଷ ଟଙ୍କାର ୧% ହିସାବରେ କାର୍ଯ୍ୟନିର୍ବାହୀଙ୍କ ଠାରୁ ୧୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ।
ତେବେ ଆଜି ଅଭିଯୋଗକାରୀଙ୍କ ଠାରୁ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା ।
ଏନେଇ ଭିଜିଲାନ୍ସ ବିଭାଗ କଟକ ଭିଜିଲାନ୍ସ ଥାନାରେ ୨୪/୨୦୨୬ରେ ଏକ ମାମଲା ରୁଜୁ କରିଛି ।
Comments are closed.