Latest Odisha News

BREAKING NEWS

କୁବେର ପୋଲିସ ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ କାବା: ୨୨ ଘଣ୍ଟା ରେଡ୍, ୨୨କୋଟିରୁ ଅଧିକ ସମ୍ପତ୍ତି

ଭୁବନେଶ୍ୱର: ଖୋଲୁଛି କୁବେର ପୋଲିସ ବାବୁ ତ୍ରିନାଥ ମିଶ୍ରଙ୍କ କଳାଧନର ଗୁମର । ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ସମ୍ପତ୍ତି ତାଲିକା ଦେଖି କାବା ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ । ଅମାପ ସମ୍ପତ୍ତି । ୨୨ ଘଣ୍ଟାର ମାରାଥନ୍ ରେଡ୍ ପରେ ପାଖାପାଖି ୨୨ କୋଟିରୁ ଅଧିକ ଟଙ୍କା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଆକଳନ କରାଯାଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତି ୩ଟାରେ ରେଡ୍ ସରିଥିଲା ।

ତ୍ରିନାଥ ମିଶ୍ରଙ୍କ ସମ୍ପତ୍ତିର ଉତ୍ସ ଖୋଜୁଛି ଭିଜିଲାନ୍ସ । ଆଜି ତାଙ୍କୁ ନେଇ କଟକ ନେଇଛି ଭିଜିଲାନ୍ସ ଟିମ୍ । ତ୍ରିନାଥ ମିଶ୍ରଙ୍କୁ ପଚରାଉଚରା କରିଛି । ଭୁବନେଶ୍ୱର ରସୁଲଗଡ଼ରେ ଅଛି ଫ୍ଲାଟ୍ । ମନୋରମା ଇଷ୍ଟେଟରେ ଥିବା ୩ BHK ଫ୍ଲାଟର ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ । ସେହିପରି ଭୁବନେଶ୍ୱର ଓ ଯାଜପୁର ଜିଲ୍ଲା ବଡ଼ଚଣାରେ ୪ଟି ପ୍ଲଟ୍ ରହିଛି ।

ବିଭିନ୍ନ ବ୍ୟାଙ୍କରେ ଅଛି ୪୩ ଲକ୍ଷ ୩୨ହଜାରରୁ ଅଧିକ ଟଙ୍କାର ଫିକ୍ସଡ୍‌ ଡିପୋଡିଟ୍ । ୪୪ ଲକ୍ଷ ଟଙ୍କାର ବୀମା ରହିଛି । ନଗଦ ୫ ଲକ୍ଷ ୨୭ ହଜାର ଟଙ୍କା ମିଳିଛି । ୧୬ ଲକ୍ଷ ୮୫ ହଜାର ଟଙ୍କାର ସୁନା ଜବତ ହୋଇଛି । BMW କାର ଦାମ୍‌ କୋଟିଏ ୨୦ ଲକ୍ଷ ଟଙ୍କା । କ୍ରେଟା କାରର ଦାମ ୧୭ ଲକ୍ଷ ଟଙ୍କା । ସବୁ ଗାଡ଼ିରେ ସ୍ପେଶାଲ ନମ୍ବର ରହିଛି । ଦେଢ଼ ଲକ୍ଷ ଟଙ୍କାର ବିଦେଶୀ କୁକୁର ପାଳିଛନ୍ତି ତ୍ରିନାଥ ମିଶ୍ର ।

Comments are closed, but trackbacks and pingbacks are open.