Latest Odisha News

BREAKING NEWS

ଆଜି ରାଜ୍ୟରୁ ୮୫୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଭିତରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୫୨ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୪୯୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୫୭ । ୧୮ ବର୍ଷ ଭିତରେ ଆଉ ୧୮୧ ଜଣ ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାକୁ ଛାଡ଼ି ଦେଲେ ଆଉ ସବୁ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩ ଜଣ ପଜିଟିଭ୍ ବାହାରିଛନ୍ତି । ୩ଟି ଜିଲ୍ଲା ବଲାଙ୍ଗିର, ଗଞ୍ଜାମ, ମାଲକାନଗିରିରେ ଦୈନିକ ସଂକ୍ରମଣ ଦୁଇ ଅଙ୍କ ତଳେ ରହିଛି । ବିଭିନ୍ନ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଖସୁଛି । ପଜିଟିଭିଟିରେ ଗ୍ରୀନ୍ ହୋଇଛି ଓଡ଼ିଶା । ସେହିପରି ଆକ୍ଟିଭ୍ କେସ୍ ରେଡ୍ ଜୋନରୁ ବାହାରି ସାରିଛି ରାଜ୍ୟ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୭୯ହଜାର ୮୯୮କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୨ଲକ୍ଷ ୬୧ହଜାର ୪୬୭ ସଂକ୍ରମିତ । ଏବେ ରାଜ୍ୟରେ ୯ହଜାର ୪୩୩କୁ ଖସିଛି କୋଭିଡ୍ ଆକ୍ଟିଭ୍ କେସ୍ ।

Comments are closed, but trackbacks and pingbacks are open.