Latest Odisha News

BREAKING NEWS

ଆଜିଠୁ ବଦଳିବ ପାଣିପାଗ, ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରଭାବ କମିବ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଥାଇଲାଣ୍ଡରେ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନିଭୂତ ହେବ। ଆସନ୍ତାକାଲି ଉତ୍ତର-ଆଣ୍ଡାମାନ ସାଗର ଓ ତତସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଆହୁରି ଘନିଭୂତ ହେବ।

୧୮ତାରିଖ ବେଳକୁ ଉତ୍ତର ଆନ୍ଧ୍ର ଉପକୂଳ ପହଞ୍ଚିବା ସମ୍ଭାବନା ରହିଛି। ଆଜିଠୁ ବଦଳିବ ପାଣିପାଗ। ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରଭାବ କମିବ। ଆକାଶ ମେଘାଚ୍ଛନ୍ନ ରହିବ। ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ଶୀତର ବିଶେଷ ପ୍ରଭାବ ରହିବ ନାହିଁ। ୧୭ରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ନୟାଗଡ଼, ଗଜପତି, କଟକ, ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର, ରାୟଗଡ଼ାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ କରାଯାଇଛି। ୧୭ରୁ ପୁଣି ବର୍ଷା ଆରମ୍ଭ ହେବ। ବଙ୍ଗୋପସାଗରରେ ଅବପାତ ପ୍ରଭାବରେ ତାମିଲନାଡ଼ୁ ଉପକୂଳ ସମେତ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ଟ୍ରାପ୍ ଲାଇନ୍ ସକ୍ରିୟ ରହିଛି। ମତ୍ସ୍ୟଜୀବୀଙ୍କୁ ମଧ୍ୟ ସମୂଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି।

Comments are closed.