Latest Odisha News

BREAKING NEWS

ଆଜିଠାରୁ ବଢିବ ଖରା…

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟର ଅଧିକାଂଶ ସ୍ଥାନରେ ଆଜିଠାରୁ ତାପମାତ୍ରା ବୃଦ୍ଧି ପାଇବ ।

ତାପମାତ୍ରା ବଢ଼ିବା ସହ ପାଗ ମଧ୍ୟ ଶୁଖିଲା ରହିବ। ମୁଣ୍ଡ ଫଟା ଖରା ହେବ। ବାୟୁର ଆର୍ଦ୍ରତା କମ୍‌ ରହିବା ସହ ଗତି ମଧ୍ୟ କମ୍‌ ରହିବ। ଫଳରେ ସାରା ରାଜ୍ୟରେ ଗରମ ଅନୁଭୂତ ହେବ। ଏହାସହ ଅନେକ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିପାରେ ବୋଲି ସୂଚନା ମିଳିଛି ।

୨୮ ତାରିଖ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୭ରୁ ୩୮ଡିଗ୍ରି ରହିବ । ୩୧ ତାରିଖ ସୁଦ୍ଧା ଏହା ୪୦ ଡିଗ୍ରିରେ ପହଞ୍ଚିବାର ସମ୍ଭାବନା ରହିଛି ।

ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତା ୨୮ ତାରିଖରେ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ପାଗ ମେଘୁଆ ରହିବା ସମ୍ଭାବନା ରହିଛି କିନ୍ତୁ ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ । ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିଲେ ସୁଦ୍ଧା ଏଥିପାଇଁ ରାଜ୍ୟର ତାପମାତ୍ରାରେ କୌଣସି ପରିବର୍ତ୍ତନ ଘଟିବ ନାହିଁ।

Leave A Reply

Your email address will not be published.