Latest Odisha News

BREAKING NEWS

ଯୁବତୀଙ୍କୁ ‘କରୋନା ଭାଇରସ୍‌’ ଡାକି ଗିରଫ ହେଲେ ଯୁବକ !

ନୂଆଦିଲ୍ଲୀ: ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳରେ ଜଣେ ବ୍ୟକ୍ତି ଯୁବତୀଙ୍କୁ ‘କରୋନା ଭାଇରସ୍‌’ ଡାକିବା ମହଙ୍ଗା ପଡ଼ିଲା । ଏହି ଘଟଣାରେ ପୋଲିସ ସଂପୃକ୍ତ ଯୁବକ ଜଣକଙ୍କ୍‌ୁ ଗିରଫ କରିଥିବା ପିଟିଆଇ ସୂତ୍ରରୁ ଜଣାପଡ଼ିଛି ।

ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ରବିବାର ଦିନ ଜଣେ ଯୁବତୀ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ସ୍କୁଟିରେ ଯାଉଥିବା ଜଣେ ଯୁବକ ଗାଡ଼ିକୁ ମନ୍ଥର କରିଦେଇଥିଲେ । ଯୁବତୀଙ୍କ ପାଖରେ ଗାଡ଼ି ଧୀର କରିବା ପରେ ତାଙ୍କ ମୁହଁକୁ ଲକ୍ଷ୍ୟ କରି ପାନ ଛେପ ପକାଇଥିଲେ । ଖାଲି ସେତିକି ନୁହେଁ, ଯୁବତୀ ଜଣକଙ୍କ ଅଭିଯୋଗ ଅନୁଯାୟୀ ଯୁବକଟି ତାଙ୍କୁ ‘କରୋନା ଭାଇରସ୍‌’ ବୋଲି ଡାକିଥିଲା ।

ଏସମ୍ପର୍କରେ ଯୁବତୀ ଜଣକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଯୁବକଙ୍କୁ ଦିଲ୍ଲୀ ପୋଲିସ ତୁରନ୍ତ ଗିରଫ କରିବା ସହିତ ସ୍କୁଟିକୁ ମଧ୍ୟ ଜବତ କରିଛି । ଯୁବକଙ୍କ ନାମ ଗୌରବ ଭୋରା ଏବଂ ସେ ମଡ଼େଲ୍ ଟାଉନର ବାସିନ୍ଦା ବୋଲି ଜଣାପଡ଼ିଛି ।

ମୁଖାର୍ଜୀ ନଗର ଥାନାରେ ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୫୦୬ ଅନୁଯାୟୀ ଏକ ମାମଲା ରୁଜୁ ହେବା ପରେ ଯୁବକଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଯୁବକ ଜଣକ ଏକ ଫ୍ୟାକ୍ଟ୍ରିରେ କୁକ୍ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.