Latest Odisha News

BREAKING NEWS

ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ

ଭୁବନେଶ୍ୱର: କିଛିଦିନ ହେବ ରାଜ୍ୟରୁ ଶୀତ ଗାଏବ ହୋଇ ଯାଇଥିବା ବେଳେ ପୁଣି ଶୀତ ଫେରିଛି। ଆସନ୍ତା ୩ ଦିନରେ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଖସିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା।ଆଭ୍ୟନ୍ତରୀଣ ଓଡ଼ିଶାରେ ଏହି ଶୀତର ପ୍ରକୋପ ଅଧିକ ରହିବା ନେଇ ଅନୁମାନ କରାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ଅନୁଯାୟୀ, ଗୁରୁଚାପବଳୟର ସ୍ଥିତି ପରିବର୍ତ୍ତନ ଯୋଗୁଁ ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ଶୀତ ବଢ଼ିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହିବ। ତାପମାତ୍ରା ଖସିବାର ୨ଦିନ ପରେ ପୁଣି ଥରେ ପାରଦ ଊର୍ଧ୍ବଗାମୀ ହେବା ସହ ଶୀତର ପ୍ରକୋପ କମିବ।

ଶନିବାର ସକାଳୁ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ଝାରସୁଗୁଡ଼ା, ମୟୂରଭଞ୍ଜ, ଅନୁଗୁଳ, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦି କିଛି କିଛି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି।

ଆସନ୍ତା ୨ ଦିନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ। ୨ ଦିନ ପରେ ଉତ୍ତର-ପଶ୍ଚିମ ଓଡ଼ିଶାରୁ ପାରଦସ୍ତର ନିମ୍ନଗାମୀ ହେବା ଆରମ୍ଭ ହୋଇଯିବ ଓ ଶୀତ ବଢ଼ିବ। ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ୨ଡିଗ୍ରି ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି।

Leave A Reply

Your email address will not be published.