Latest Odisha News

ରାଜନଗରରେ ଭୟାବହ ଅଗ୍ନିକାଣ୍ଡ; ବାପା-ମାଙ୍କ ଆଗରେ ଜଳିଗଲା କୁନି ଝିଅ

ରାଜନଗର: ରାଜନଗର ଓକିଲ ପାଳ ଗାଁରେ ଅଘଟଣ। ବାପା- ମାଆଙ୍କ ଆଖି ଆଗରେ ଜଳିଗଲା ୩ ବର୍ଷର ଝିଅ । ପଲାରେ ଶୋଇଥିବା ବେଳେ ନିଆଁ ଲାଗିଥିବା ସନ୍ଦେହ ।

ଏହି ଅଗ୍ନିକାଣ୍ଡରେ ବାପା- ମା ସମେତ ୧୨ ବର୍ଷର ଝିଅ ଗୁରୁତର ହୋଇଛନ୍ତି। ଏମାନଙ୍କୁ ଉଦ୍ଧାର କରାଯାଇ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ।

ସୂଚନାନୁସାରେ, ଧାନ ବିଲ ଜଗିବାକୁ ବାପା-ମା ଓ ୨ ଝିଅ ପଲାରେ ଶୋଇଥିଲେ। ମାତ୍ର କୌଣସି କାରଣରୁ ପଲାରେ ନିଆଁ ଲାଗି ଯାଇଥିଲା। ନିଆଁ କିପରି ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ।

Leave A Reply

Your email address will not be published.