Latest Odisha News

BREAKING NEWS

ଜଳୁଛି ପଶ୍ଚିମ, ଭିଜୁଛି ଉପକୂଳ ଓଡ଼ିଶା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ପାଲଟିଛି ତତଲା ପିଣ୍ଡ  । ଅସହ୍ୟ ଖରାରେ ଜନଜୀବନ ଏକରକମ ଠପ୍ ହୋଇପଡ଼ିବା ସ୍ଥିତିରେ  । ଆଜି ରାଜ୍ୟର ୭ଟି ସହରର ପାରଦ ୪୦ ଡିଗ୍ରୀ ଉପରେ ରହିଛି  । ଉଭୟ ବଲାଙ୍ଗିର ଓ ଟିଟିଲାଗଡ଼ର ତାପମାତ୍ରା ୪୨.୫ ଡିଗ୍ରୀ ରହିବା ସହ ପାଲଟିଛନ୍ତି ରାଜ୍ୟର ସବୁଠୁ ଉତ୍ତପ୍ତ ସହର  । ସେହିପରି ଭବାନୀପାଟଣା ଓ ବୌଦ୍ଧର ତାପମାତ୍ରା ୪୧.୫ ଡିଗ୍ରୀ ରହିଥିବାବେଳେ ମାଲକାନଗିରି ଓ ସୋନପୁରର ତାପମାତ୍ରା ରହିଛି ୪୧ ଡିଗ୍ରୀ  । ଆଉ ତାଳଚେରର ତାପମାତ୍ରା ରହିଛି ୪୧.୧ ଡିଗ୍ରୀ  । ସେହିପରି ସମ୍ୱଲପୁରରେ ୩୯.୮ ଓ ସୁନ୍ଦରଗଡ଼ର ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ ହୋଇଛି  ।

ଅନ୍ୟପଟେ  ଉପକୂଳ ଓଡ଼ିଶାରେ କିନ୍ତୁ ପାଗ ମେଘୁଆ ରହିବା ସହ ଅଧିକାଂଶ ସ୍ଥାନରେ ବର୍ଷା ଲାଗିରହିଛି  । ଗତ ୨୪ ଘଣ୍ଟା ମଧ୍ୟରେ କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର ଓ ଜଗତସିଂହପୁରର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି  । କେତେକ ସ୍ଥାନରେ ଘଡ଼ଘଡ଼ି ସହ ଜୋର ପବନ ମଧ୍ୟ ବୋହିଛି  । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ କଟକରେ ସର୍ବାଧିକ ୬୦.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି  । ଭଦ୍ରକ ଚାନ୍ଦବାଲିରେ ୩୯.୪ ମିଲିମିଟର ଓ ଭୁବନେଶ୍ୱରରେ ୩୬.୫ ମିଲିମିଟର ବର୍ଷା ହୋଇଛି  ।

Leave A Reply

Your email address will not be published.