Latest Odisha News

BREAKING NEWS

ଜୁଲାଇ ଶେଷ ସେମିଷ୍ଟାର ପରୀକ୍ଷା ପାଇଁ ପଞ୍ଜାବ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଏସ୍‌ଓପି’ ଘୋଷଣା

ଚଣ୍ଡିଗଡ: ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଜୁଲାଇ ମାସରେ ହେବାକୁ ଥିବା ସେମିଷ୍ଟାର ପରୀକ୍ଷା ପାଇଁ ଏକ ଷ୍ଟାଣ୍ଡାର୍ଡ ଅପେରେଟିଭ ପ୍ରସିଡ୍ୟୁର (ଏସ୍‌ଓପି) ପ୍ରସ୍ତୁତ କରାଯାଇଥିବା ପ୍ରକାଶ କରିଛନ୍ତି ପଞ୍ଜାବ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରଣ ଅଧିକାରୀ ଡଃ ପରବିନ୍ଦର୍ ସିଂହ ।

ଏହି ଷ୍ଟାଣ୍ଡାର୍ଡ ଅପେରେଟିଭ ପ୍ରସିଡ୍ୟୁର(ଏସ୍‌ଓପି) ଅନୁଯାୟୀ ପ୍ରତ୍ୟକ ପରୀକ୍ଷାର ଅବଧି ୨ ଘଣ୍ଟା ରଖାଯାଇଥିବା ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୫୦ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି ।

ଅଧିକ ପଢନ୍ତୁ: କରୋନାରେ ଆକ୍ରାନ୍ତ ହେଲେ ରାଜ୍ୟସଭା କର୍ମଚାରୀ, ସଂସଦ ଭବନ ସିଲ୍

ପ୍ରତ୍ୟକ କକ୍ଷରେ ୧୫ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଏକାଧିକ ନିରୀକ୍ଷକଙ୍କ ପ୍ରବେଶକୁ ବାରଣ କରାଯାଇଥିବା ବେଳେ ରେଡ ଜୋନ କିମ୍ବା କନଣ୍ଟେନମେଣ୍ଟ ଜୋନରେ ରହୁଥିବା ଛାତ୍ରଛାତ୍ରୀ ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସେ ଏଏନ୍‌ଆଇ କୁ ଜଣାଇଛନ୍ତି ।

ପରୀକ୍ଷାର ସୁପରିଚାଳନା ତଥା ସୁରକ୍ଷା ଦୃଷ୍ଟି କୋଣରୁ ଉପସ୍ଥିତ ପ୍ରତ୍ୟକ କର୍ମଚାରୀ ଙ୍କ ନିମନ୍ତେ ଆରୋଗ୍ୟସେତୁ ଆପ୍‌ର ବ୍ୟବସ୍ଥା କରାଯିବା ସଙ୍ଗେ ଛାତ୍ରଛାତ୍ରୀ, ଶିକ୍ଷକ ତଥା ଅନ୍ୟ ସମସ୍ତ କର୍ମଚାରୀଙ୍କ କ୍ଷେତ୍ରରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.