ଭୁବନେଶ୍ବର:ନନ୍ଦନକାନନରୁ ଡେରାଡୁନ ଚିଡ଼ିଆଖାନାକୁ ଦିଆଯିବ ଏକ ଧଳା ବାଘ । ବଦଳରେ ଉତ୍ତରାଖଣ୍ଡର ଡେରାଡୁନ ଚିଡ଼ିଆଖାନାରୁ ନନ୍ଦନକାନନକୁ ୨ଟି ରେଡ୍ ପାଣ୍ଡା, ହଳେ ଗୋରାଲ (Goral) ଏବଂ ଗୋଲ୍ଡେନ ଫିଜାଣ୍ଟ ଓ ସିଲଭର ଫିଜାଣ୍ଟ ପକ୍ଷୀ ଆସିବେ ।
ଡେରାଡୁନ ଚିଡ଼ିଆଖାନାକୁ ଧଳା ବାଘ ନେବା ପାଇଁ ବହୁ ବର୍ଷ ଧରି ଉତ୍ତରାଖଣ୍ଡ ବନ ବିଭାଗ ପକ୍ଷରୁ ଓଡ଼ିଶା ସରକାରଙ୍କ ସହ ଆଲୋଚନା କରାଯାଇଥିଲା । ନିରନ୍ତର ଆଲୋଚନା ପରେ ଓଡ଼ିଶା ସରକାର ଉତ୍ତରାଖଣ୍ଡକୁ ଧଳା ବାଘ ଦେବା ପାଇଁ ସହମତି ପ୍ରକାଶ କରିଛନ୍ତି ।
ଉତ୍ତରାଖଣ୍ଡ ବନ ବିଭାଗର ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଆରକେ ମିଶ୍ର କହିଛନ୍ତି, “ଓଡିଶାରୁ ଏକ ଅଫିସିଆଲ ଚିଠି ମିଳିଛି । ଉତ୍ତରାଖଣ୍ଡକୁ ଧଳା ବାଘ ଆଣିବା ପ୍ରକ୍ରିୟା ଖୁବ୍ ଶୀଘ୍ର ସାର୍ବଜନୀନ କରାଯିବ । ବନ ବିଭାଗ ଦୀର୍ଘ ସମୟ ଧରି ଏଥିପାଇଁ କାମ କରିଆସୁଛି ।”