Latest Odisha News

BREAKING NEWS

ଫାର୍ମା ହବ୍‌ ହେବ ଓଡ଼ିଶା, ସୃଷ୍ଟି ହେବ ଅଢ଼େଇ ଲକ୍ଷ ନିଯୁକ୍ତି

ଭୁବନେଶ୍ୱର: ଆଜି ସମଗ୍ର ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ । ସବୁଠି ଦେଶପ୍ରେମର ଭାବନା । ତ୍ରିରଙ୍ଗାର ରଙ୍ଗରେ ରଙ୍ଗେଇହୋଇଛନ୍ତି ସମଗ୍ର ଦେଶବାସୀ । ଏହି ଅବସରରେ ଭୁବନେଶ୍ବରର ଗାନ୍ଧି ମାର୍ଗରେ ପତକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ସମ୍ଭୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ସମୟରେ ରାଜ୍ୟ ପାଇଁ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ସେ କହିଛନ୍ତି ଓଡ଼ିଶା ହେବ ଫାର୍ମା ହବ୍‌।

ରାଜ୍ୟରେ ପ୍ରତିଷ୍ଠା ହେବ ବିଭିନ୍ନ ଔଷଧ କମ୍ପାନୀ। ଏଥିପାଇଁ ଏକ ଫାର୍ମା କନକ୍ଲେଭ ଆୟୋଜନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଥିରେ ଦେଶ ବିଦେଶର ପ୍ରମୁଖ ଔଷଧ କମ୍ପାନୀ ସାମିଲ ହେବେ। ସେମାନେ ନିଜ ନିଜର ପ୍ରତିଷ୍ଠାନ ନିର୍ମାଣ କରିବାକୁ ଆଗ୍ରହ ଦେଖାଇବେ। ଯାହାଫଳରେ ଅଢ଼େଇ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସଳ ପାଳନ ଅବସରରେ ସୂଚନା ଦେଇଛନ୍ତି।

Comments are closed.