Latest Odisha News

BREAKING NEWS

ଓଡ଼ିଶାରେ ହେବ ଜୁନିୟର ବିଶ୍ବକପ ପୁରୁଷ ହକି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶା ହକିପ୍ରେମୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ଆୟୋଜନ କରିବ ଜୁନିୟର ପୁରୁଷ ହକି ବିଶ୍ବକପ୍ । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ଯାଏ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ପୁରୁଷ ହକି ବିଶ୍ବକପ୍ ଖେଳାଯିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି ବିଶ୍ବକପ୍ ଟ୍ରଫି ଓ ଲୋଗୋ ଉନ୍ମୋଚନ କରିଛନ୍ତି ।

ପୂର୍ବରୁ ଏହି ପ୍ରତିଯୋଗିତା ପ୍ରଥମେ ଗୌହାଟୀରେ ଆୟୋଜିତ ହେବାର ଥିଲା । ମାତ୍ର ଆସାମ ସରକାର ପ୍ରତିଯୋଗିତାରୁ ଓହରି ଯିବା ପରେ ପ୍ରତିଯୋଗିତ ଆୟୋଜନ ନେଇ ଡିଶା ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଏବେ ଓଡ଼ିଶା ଏହି ବିଶ୍ୱକପ୍ ଆୟୋଜନ ପାଇଁ ଦାୟିତ୍ବ ପାଇଛି । ଭୁବନେଶ୍ବରରେ ୨୦୧୮ ପୁରୁଷ ହକି ବିଶ୍ବକପ ସଫଳତାର ସହ ଆୟୋଜିତ ହୋଇଥିବାବେଳେ, ୨୦୨୩ ପୁରୁଷ ହକି ବିଶ୍ଵକପ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ।

ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବ ଜୁନିୟର ପୁରୁଷ ବିଶ୍ବକପ ହକି ମ୍ୟାଚ୍ । କାର୍ଯ୍ୟକ୍ରମରେ ଏଫଇଏଚ ସଭାପତି ନରେନ୍ଦର ବାତ୍ରା, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ନିର୍ଦ୍ଦେଶକ ଆର. ଭିନିଲ କ୍ରିଷ୍ଣା ଓ 5T ସଚିବ ଭି. କେ ପାଣ୍ଡିଆନ ଉପସ୍ଥିତ ଥିଲେ । ଟୋକିଓ ଅଲିମ୍ପିକ୍ସ ପରେ ଓଡ଼ିଶା ସରକାର ୨୦୩୨ ଯାଏ ହକି ଇଣ୍ଡିଆର ପ୍ରାୟୋଜକ ରହିବେ ବୋଲି ଘୋଷଣା କରିଛନ୍ତି ।

Leave A Reply

Your email address will not be published.