Latest Odisha News

ଉରୀରେ ସେନାଙ୍କ ଗୁଳିରେ ଟଳିଲେ ୩ ପାକ୍ ଆତଙ୍କୀ

ଉରି: ଭାରତୀୟ ସେନାକୁ ଗୁରୁବାର ବଡ ସଫଳତା ହାତ ଲାଗିଛି । ରାମପୁର ଅଂଚଳରେ ୩ ଆତଙ୍କବାଦୀ ସେମାନଙ୍କୁ ଗୁଳିରେ ଟଳିଛନ୍ତି । ପିଓକେ ଦେଇ ସେମାନେ ଭାରତ ମଧ୍ୟକୁ ପ୍ରବେଶ କରିଥିଲେ । ମୃତ ଆତଙ୍କୀଙ୍କ ନିକଟରୁ ୫ଟି ଏକେ-୪୭ ରାଇଫଲ, ୮ ପିସ୍ତଲ ଓ ୭୦ଟି ଗ୍ରେନେଡ ଜବତ ହୋଇଛି ।

ହଥଲଙ୍ଗା ଜଙ୍ଗଲ ଦେଇ କିଛି ଆତଙ୍କବାଦୀ ଭାରତରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ଏହାକୁ ବିଫଳ କରି ଦିଆଯାଇଛି ବୋଲି ଲେଫ୍ଟନାଂଟ ଜେନେରାଲ ଡିପି ପାଣ୍ଡ୍ୟା କହିଛନ୍ତି । ୩ ଆତଙ୍କୀ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜା ଚାଲିଛି । ଆତଙ୍କବାଦୀ ଭାରତରେ ପ୍ରବେଶ କରିବା ନେଇ ଗୋଇନ୍ଦା ବିଭାଗ ଆଲର୍ଟ ଜାରୀ କରିବା ପରେ ବୁଧବାରଠାରୁ ଏହି ଅଂଚଳରେ ସର୍ଚ୍ଚ ଅପରେଶନ ଜାରୀ ରହିଛି ।

Leave A Reply

Your email address will not be published.