Latest Odisha News

ଆଗାମୀ ଦିନରେ ଓଡ଼ିଶା ହିଁ ବିଶ୍ୱର ନେତୃତ୍ୱ ନେବ : କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ସ୍ଥାନୀୟ ଇଡକଲ ଅଡିଟୋରିୟମର ବିଷ୍ଣୁ ସେଠୀଙ୍କର ରଚିତ ପୁସ୍ତକ ” ଶିରୋଧାର୍ଯ୍ୟ ଶିରୋନାମା ” ଏବଂ ରାଜ୍ୟ ବିଜେପି ଶାଖା କାର୍ଯ୍ୟାଳୟରେ ଦୁର୍ଗା ପ୍ରସାଦ ସାହୁଙ୍କ ରଚିତ ପୁସ୍ତକ “ଗଡ଼ଜାତ ଆନ୍ଦୋଳନ – ଢେଙ୍କାନାଳ ଓ ତାଳଚେର” ଉନ୍ମୋଚିତ ହୋଇଯାଇଛି। ରାଜନୈତିକ କାର୍ଯ୍ୟକର୍ତା କେବଳ ରାଜନୀତିରେ ନୁହେଁ ବରଂ ନିଜର ପ୍ରତିଭାକୁ ବିକାଶ କରିବା ଆବ୍ୟଶକ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ନିଜର ଅଭିଭାଷଣରେ ଶ୍ରୀ ପ୍ରଧାନ କହିଥିଲେ ଯେ ସାହିତ୍ୟ ଅଭିବ୍ୟକ୍ତିର ମାଧ୍ୟମ। ସାହିତ୍ୟର ମହତ ବାର୍ତ୍ତାରେ ସମାଜରେ ପରିବର୍ତ୍ତନ ହୋଇଥାଏ। ଭାରତକୁ ଏକ ବୌଦ୍ଧିକ ମହାଶକ୍ତି ଭାବରେ ତିଆରି କରିବା ପାଇଁ ଦେଶରେ ରାଷ୍ତୀୟ ଶିକ୍ଷା ନୀତି – ୨୦୨୦ ପ୍ରଣୟନ କରାଯାଇଛି। ମାତୃଭାଷା ତଥା ଭାରତୀୟ ଭାଷାକୁ ଆଗକୁ ନେବା ଏ ଶିକ୍ଷା ନୀତିର ମୂଳ ଲକ୍ଷ୍ୟ । ଆଗାମୀ ଦିନରେ ଓଡ଼ିଶା ହିଁ ବିଶ୍ୱର ନେତୃତ୍ୱ ନେବ ।

ସନ୍ଥ କବି ଭୀମ ଭୋଇଙ୍କ “ମୋ ଜୀବନ ପଛେ ନର୍କେ ପଡ଼ି ଥାଉ ” କାବ୍ୟାଂଶର ଆଧାରରେ ସାଧାରଣ ଲୋକ ଦ୍ୱାରା ହିଁ ମହତ ବାର୍ତ୍ତା ପ୍ରଚାରିତ ହୁଏ ବୋଲି ଶ୍ରୀ ପ୍ରଧାନ କହିଥିବା ବେଳେ କଟକର ବାଇମୁଣ୍ଡି, ଧର୍ମପଦ, ଜୟୀ ରାଜଗୁରୁ , ବକ୍ସି ଜଗବନ୍ଧୁ ପ୍ରମୁଖଙ୍କ ଉଦାହରଣ ଦେଇଥିଲେ।

Comments are closed.