ଭୁବନେଶ୍ବର: ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ-୨୦୨୫ରେ ଓଡିଶାକୁ ମିଳିଲା ସ୍ବର୍ଣ୍ଣ ପଦକ । ୨୩ ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୫ ରେ ମହିଳା ଟି-୪୭ ବର୍ଗରେ ୧୦୦ ମିଟରରେ ପାରା ଆଥଲିଟ୍ ଜୟନ୍ତୀ ବେହେରାଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି ।
ତେବେ ବର୍ତ୍ତମାନ ତାମିଲନାଡୁ, ଚେନ୍ନାଇର ଜବାହାରଲାଲ ନେହେରୁ ଷ୍ଟାଡିୟମ୍ ଠାରେ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ-୨୦୨୫ ଆୟୋଜିତ ହୋଇଛି । ଯାହା ଗତ ୧୭ ଫେବୃଆରୀରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦ ଫେବୃଆରୀ ପର୍ଯ୍ୟନ୍ତ ୨୩ ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ ଚାଲିବ । ଏହି ପ୍ରତିଯୋଗିତାରେ ଓଡ଼ିଶାର ୩୨ଜଣ ପାରା ଆଥଲିଟ୍ ଅଂଶ ଗ୍ରହଣ କରିଛନ୍ତି ।
Comments are closed.