Latest Odisha News

ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ, ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର: ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ। ତେବେ ବିଧାନସଭାର ଶୀତ ଅଧିବେଶନରେ ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ତେବେ ନୂଆପଡ଼ା ଉପନିର୍ବାଚନ ପରେ ବିଧାନସଭାର ଶୀତ ଅଧିବେଶନ ବସିବ ବୋଲି ସୂଚନା ମିଳିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବାର ଅଛି, ଆଉ ଏହି ଗସ୍ତରେ ରାଷ୍ଟ୍ରପତି ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରିପାରନ୍ତି । ତେବେ ଏନେଇ କୌଣସି ପ୍ରକାର ବିଧିବଦ୍ଧ ଘୋଷଣା କରାଯାଇନି ।

ଅନ୍ୟପଟେ ବିଧାନସଭା ଶୀତ ଅଧିବେଶନକୁ ରାଷ୍ଟ୍ରପତି ଆସିପାରନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ପୂରା କାର୍ଯ୍ୟକ୍ରମ ଆସିନାହିଁ, ଆସିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

Comments are closed.