Latest Odisha News

BREAKING NEWS

ରାଜଧାନୀରେ ଗିରଫ ହେଲେ ବେଆଇନ୍ ଭାବେ ରହୁଥିବା ଦେହଜୀବୀ

ଭୁବନେଶ୍ୱର: ରାଜଧାନୀରେ ବିନା କାଗଜପତ୍ରରେ ବେଆଇନ ଭାବେ ରହୁଥିବା ଅଭିଯୋଗରେ ଜଣେ ବାଂଲାଦେଶୀ ଦେହଜୀବୀ ଗିରଫ ହୋଇଛି ।

ଏବେ ଏନଆରସିକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଡିସେମ୍ବର ୧୭ରେ ଲକ୍ଷ୍ମୀସାଗର ଅଞ୍ଚଳରେ ଦୁଇଜଣ ଯୁବକଙ୍କ ବିରୋଧରେ ଏହି ଦେହଜୀବୀଜଣକ ଅସଦାଚରଣ ଥାନାରେ ଅଭିଯୋଗ ଦେବା ପରେ ଏହି ଘଟଣା ପଦାକୁ ଆସିଥିଲା । ସେ ମିଥୁନ ସ୍ୱାଇଁ ଏବଂ ଭବନେଶ୍ୱର ପାତ୍ର ନାମକ ଜଣେ ହୋଟେଲ ପରିଚାରକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ତାଙ୍କର ଅଭିଯୋଗ ଅନୁଯାୟୀ ଏହି ଯୁବକ ଦୁଇଜଣ ତାଙ୍କୁ ଅସଦାଚରଣ କରିବା ସହିତ ଶାରୀରିକ ନିର୍ଯ୍ୟାତନା ଦେଇଥିଲେ ।

“ଅଭିଯୋଗ ଭିତ୍ତିରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି,” ବୋଲି ଡ଼ିସିପି ଅନୁପ ସାହୁ ସୂଚନା ପ୍ରଦାନ କରିଛନ୍ତି ।

ଏହି ମହିଳା ଜଣକଙ୍କୁ ସୁଧାର ଗୃହକୁ ପଠାଇଦିଆଯାଇଛି ।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଯୁବତୀ ଜଣକ ଜଣେ ବାଂଲାଦେଶୀ ଏବଂ ନକଲି ଆଧାର କାର୍ଡ଼ ବ୍ୟବହାର କରି ସେ ଓଡ଼ିଶାରେ ବସବାସ କରୁଛି । ଏହି ଯୁବତୀ ଜଣକଙ୍କ ନିକଟରେ ଭିସା କିମ୍ବା ପାସପୋର୍ଟ ନାହିଁ ।

ଏହି ନକଲି ଆଧାରକାର୍ଡ଼ ଅନୁଯାୟୀ ତାଙ୍କ ନାମ ଶିଖା ସମଦ୍ଦାର ଏବଂ ଘର ପଶ୍ଚିମବଙ୍ଗ । “ଆଧାରକାର୍ଡ଼ରେ ଲିଖିତ ନାମ ନକଲି ଥିବାର ଆମର ଦୃଷ୍ଟିଗୋଚର ହେଲା । ପରେ ପଚରାଉଚରା କରିବା ଦ୍ୱାରା ସେ ଜରେ ବାଂଲାଦେଶୀ ନାଗରିକ ବୋଲି ସ୍ୱୀକାର କରିଛି,” ବୋଲି ଡ଼ିସିପି ଜଣାଇଛନ୍ତି ।

ସେ ପୂର୍ବରୁ କୋଲକାତାରେ ଏକ ଡ୍ୟାନ୍ସବାରରେ ରହି କାର୍ଯ୍ୟ କରୁଥିଲା । ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସେ ଭୁବନେଶ୍ୱର ଆସିଛି । କିଛିଦିନ ପରେ ତାକୁ ଦେହ ବ୍ୟବସାୟରେ ସାମିଲ୍ କରାଯାଇଥିଲା ।

ଏହି ଯୁବତୀଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୪୧୯, ୪୬୮ ଏବଂ ୪୭୧ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଏପରିକି ଧାରା ୧୪ ବିଦେଶୀ ନାଗରିକ ଭାବେ ତାହା ବିରୋଧରେ ମାମଲା ରୁଜୁ କରାଯାଇଥିବା ଡ଼ିସିପି ଗଣମାଧ୍ୟମରେ ଜଣାଇଛନ୍ତି ।

Leave A Reply

Your email address will not be published.