Latest Odisha News

BREAKING NEWS

ପ୍ରେମୀଙ୍କୁ ବିବାହ ଲାଗି ଝିଅରୁ ପାଲଟିଲେ ପୁଅ !

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜଣେ ମହିଳା ନିଜ ପ୍ରେମକୁ ପାଇବା ଲାଗି ଲିଙ୍ଗ ପରିବର୍ତ୍ତନ କରିବା ଭଳି ସମ୍ବେଦନଶୀଳ ଘଟଣା ନଜରକୁ ଆସିଛି ।

ସୂଚନାନୁଯାୟୀ, ସମ୍ପୃକ୍ତ ମହିଳା ଓ ତାଙ୍କ ପ୍ରେମୀ ତଥା ଅନ୍ୟ ଜଣେ ଯୁବତୀ ପାଖାପାଖି ୩ବର୍ଷ ହେବ ଲିଭ୍‌-ଇନ୍ ରିଲେସନସିପରେ ରହୁଥିଲେ ଏବଂ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନିଜ ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହେବାକୁ ଚାହିଁଥିଲା ବେଳେ ଦୁଇ ଜଣକ ପରିବାର ବର୍ଗ ମଧ୍ୟ ସେମାନଙ୍କ ନିଷ୍ପତ୍ତିକୁ ସ୍ୱିକୃତି ପ୍ରଦାନ କରିଥିଲେ ।

ତଦନୁଯାୟୀ ଗତ ଜୁଲାଇ ୩ ତାରିଖରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ମାଧ୍ୟମରେ ଉକ୍ତ ଯୁବତୀଙ୍କ ଲିଙ୍ଗ ପରିବର୍ତ୍ତନ କରାଯାଇଥିଲା । ପରେ ଝିଅରୁ ପୁଅ ହେବାପରେ ତାଙ୍କ ସମ୍ମୁଖରେ ଆଉ କୌଣସି ବାଧାବିଘ୍ନ ନଥିଲା ପରସ୍ପରକୁ ବିବାହା କରିବା ଲାଗି

ପରିଶେଷରେ ସର୍ଜରୀ ପରେ ସେ ଜଣେ ମହିଳାରୁ ପୁରୁଷରେ ରୂପାନ୍ତରିତ ହୋଇଥିଲେ । ସର୍ଜରୀ ପରେ ତାଙ୍କୁ ଠିକ୍ ହେବା ଲାଗି ପ୍ରାୟ ୬ ମାସ ସମୟ ଲାଗିଥିଲା । ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ନିଜ ପ୍ରେମିକାଙ୍କୁ ଧର୍ମପତ୍ନୀ ରୂପେ ଗ୍ରହଣ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

Leave A Reply

Your email address will not be published.