Latest Odisha News

BREAKING NEWS

ବିଜୟ ହଜାରେ ଟ୍ରଫି: ଓଡିଶାର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର: ଚଳିତ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଓଡିଶା କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଗୁରୁବାର ଅନୁଷ୍ଠିତ ମୁକାବିଲାରେ ଓଡିଶା ୩ ୱିକେଟରେ ଗୁଜରାଟକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ କଥନ ପଟେଲଙ୍କ ୧୩୦ ରନ ସହାୟତାରେ ୫୦ ଓଭରରେ ୯ ୱିକେଟ ହରାଇ ୨୨୪ ରନ କରିଥିଲା । ଜବାବରେ ଓଡିଶା ୪୯.୩ ଓଭରରେ ୭ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଅଭିଷେକ ରାଉତ ୫୦ ବଲରେ ଦ୍ରୁତ ୬୦(ନଟଆଉଟ) ରନ ଓ ଦେବବ୍ରତ ପ୍ରଧାନ ୩୪ ରନ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଓଡିଶାର ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁନୀଲ ରାଉଳ ଓ ଜୟନ୍ତ ବେହେରା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ପ୍ରଥମ ମ୍ୟାଚରେ ଆନ୍ଧ୍ରପ୍ରଦେଶକୁ ହରାଇ ଓଡିଶା ତାର ଅଭିଯାନ ଆରମ୍ଭ କରିଥିଲେ ।

Comments are closed.