Latest Odisha News

BREAKING NEWS

ପୁଣି କେଶରୀ ମଲରେ ଲାଗିଲା ନିଆଁ । ଫ୍ୟାନରେ ସଟସର୍କିଟ୍ କାରଣରୁ ନିଆଁ ଲାଗିଥିବା ସୂଚନା

ଭୁବନେଶ୍ୱର : କେଶରୀ ମଲରେ ଅଗ୍ନିକାଣ୍ଡ । ଭୁବନେଶ୍ୱର କେଶରୀ ମଲରେ ଲାଗିଲା ନିଆଁ । ଗତ କିଛି ମାସ ତଳେ କେଶରୀ ମଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ ଆଜି ପୁଣି କେଶରୀ ମଲରେ ଅଗ୍ନିକାଣ୍ଡ ଘଟିଛି । କେଶରୀ ମଲରେ ଥିବା ଏକ ଦୋକାନରେ ପ୍ରଥମେ ନିଆଁ ଲାଗିଥିଲା । ପରେ ଅନ୍ୟଆଡକୁ ବ୍ୟାପିଥିଲା ।
ତେବେ ଦୋକାନରେ ଥିବା ଏକ ଫ୍ୟାନରେ ସଟସର୍କିଟ୍ କାରଣରୁ ନିଆଁ ଲାଗିଥିବା କୁହାଯାଉଛି ।

ଫ୍ୟାନରେ ଥିବା ମୋଟର ଏବଂ ପ୍ଲାଷ୍ଟିକ୍ ଅଂଶ ଜଳିଯାଇଛି । ନିଆଁ ଲାଗିବା ପରେ ସମ୍ପୁର୍ଣ୍ଣ ମଲ ଧୁଆଁମୟ ହୋଇଯାଇଥିଲା । ଏବେ ନିଆଁକୁ ଆୟତ କରାଯାଇଥିବା ସୂଚନାରୁ ଜଣାପଡିଛି । ଘଟଣାସ୍ଥଳରେ ଭୁବନେଶ୍ୱର ମେୟର ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି ।

କିଛିଦିନ ପୂର୍ବେ କେଶରୀ ମଲ୍‌ରେ ଅଗ୍ନିକାଣ୍ଡ ଘଟିଥିଲା। ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଜଣାପଡ଼ିଥିଲା। ମଲ୍‌ର ୬ରୁ ୭ଟି ଶୋ’ ରୁମ୍‌ରେ ନିଆଁ ଲାଗିଥିଲା। ସେହି ସମୟରେ ମଲ୍‌ ବନ୍ଦ ହେବା ପରେ ହିଁ ନିଆଁ ଲାଗିଥିଲା।

Comments are closed.