Latest Odisha News

ବୁଲ୍ଲିବାଇ ଆପର ଓଡ଼ିଶା ଲିଙ୍କ: ଝାରସୁଗୁଡ଼ାରୁ ଗିରଫ ଯୁବକଙ୍କୁ ଟ୍ରାନଜିଟ ରିମାଣ୍ଡରେ ନେବ ମୁମ୍ବାଇ ପୋଲିସ

ଝାରସୁଗୁଡ଼ା: ବିବାଦୀୟ ବୁଲ୍ଲିବାଇ ଆପ ଲିଙ୍କରେ ସାମ୍ନାକୁ ଆସିଛି ଓଡ଼ିଶା ଲିଙ୍କ। ଆସାମରୁ ଝାରସୁଗୁଡ଼ା ଯାଏ ଲମ୍ବିଛି ଚେର। ବ୍ରଜରାଜନଗରରୁ ଜଣେ ଯୁବକଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ତାଙ୍କ ନାଁ ନୀରଜ ସିଂ। ବ୍ରଜରାଜନଗର ଇବ ପିଟରେ ତାଙ୍କ ଘର। ସେ ଜଣେ ଏମବିଏ ଡିଗ୍ରୀଧାରୀ ବୋଲି ସୂଚନା ମିଳିଛି।

ବୁଲ୍ଲିବାଇ ଆପ ମାମଲାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ନୀରଜ ବିଷ୍ଣୋୟୀ ଓ ଅନ୍ୟ ୩ ଜଣ। ସେମାନଙ୍କ ପାଖରୁ ଝାରସୁଗୁଡାର ନୀରଜଙ୍କର ଠିକଣା ମିଳିଥିଲା। ମୁମ୍ବାଇ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ବ୍ରଜାଜନଗରରେ ପହଞ୍ଚିଥିଲା। ତାଙ୍କ ଘରୁ ନୀରଜଙ୍କୁ ଉଠାଇ ନେଇଥିଲା। ନୀରଜ ନାଁରେ IPCର ଧାରା ୧୫୩(ଏ), ୧୫୩(ବି), ୨୫୮(ବି), ୫୦୯, ୫୦୦, ୩୫୪(D) ଓ ଆଇଟି ଆକ୍ଟର ୬୭ରେ ମାମଲା ରୁଜୁ ହୋଇଛି।

ନୀରଜକୁ ୬ ଦିନିଆ ଟ୍ରାନଜିଟ ରିମାଣ୍ଡରେ ନେବ ମୁମ୍ବାଇ କ୍ରାଇମବ୍ରାଞ୍ଚ । ଏଥିପାଇଁ ଝାରସୁଗୁଡ଼ା ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି। ନୀରଜ ପକ୍ଷରୁ ହୋଇଥିବା ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ। ବୁଲ୍ଲିବାଇ ଆପର ମାଷ୍ଟରମାଇଣ୍ଡ ହେଉଛି ନୀରଜ ବିଷ୍ଣୋୟୀ । ଏହି ଆପ୍ଲିକେସନ ଜରିଆରେ ସଂଖ୍ୟାଲଘୁ ସଂପ୍ରଦାୟର ମହିଳାଙ୍କୁ ନିଲାମ ପାଇଁ ଫେକ୍ ଫଟୋ ଅପଲୋଡ଼ କରୁଥିଲେ।

Comments are closed.