Latest Odisha News

ମଦ୍ରାସାରେ ନକଲି ନୋଟ ଛାପାର ପର୍ଦ୍ଦାଫାଶ, ରହିଛି ଭଦ୍ରକ ଲିଙ୍କ

ପ୍ରୟାଗରାଜ: ଉତ୍ତରପ୍ରଦେଶରେ ଚାଲିଥିଲା ବଡ ଧରଣର ନକଲି ନୋଟ ଛାପା କାରବାର | ମାଷ୍ଟରମାଇଂଡ ସାଜିଥିଲା ଭଦ୍ରକ ପୁଅ | ଏଯାବତ ପୋଲିସ ୧ ଲକ୍ଷ ୩୦ ହଜାର ଟଙ୍କାର ନକଲି ନୋଟ ଜବତ କରିଥିବା ବେଳେ ମୋଟ ୪ ଜଣକୁ ଗିରଫ କରିଛି |

ଉତ୍ତରପ୍ରଦେଶ ପ୍ରୟାଗରାଜ ସ୍ଥିତ ଏକ ମଦ୍ରାସାରୁ ଆସିଛି ଏଭଳି ଚକିତ କଲା ଭଳି କାଣ୍ଡ| ଯାହାକୁ ନେଇ ଏବେ ମଦ୍ରାସାରେ ପାଠ ପଢା ଚାଲିଥିଲା ନା ଆଉ କଣ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି | ସବୁଠୁ ବଡ କଥା ହେଉଛି ଏଥିରେ ମଦ୍ରାସାର ପ୍ରିନ୍ସିପାଲ ମଧ୍ୟ ଜଡିତ ଥିଲେ |

ତେବେ କୌଣସି ବିଶେଷ ସୂତ୍ରରୁ ସୂଚନା ପାଇ ଉତ୍ତରପ୍ରଦେଶ ପୋଲିସ ଉକ୍ତ ମଦ୍ରାସାରେ ଗତ ୨୮ ତାରିଖରେ ଚଢ଼ାଉ କରିଥିଲା | ଚଢ଼ାଉ ପରେ ସେଠୁ କୋଟି କୋଟି ତାଙ୍କର ନକଲି ନୋଟ ଜବତ କରିଛି ୟୁପି ପୋଲିସ | ପ୍ରିଣ୍ଟର ସହ ୧୩ ଶହଟି ନକଲି ଶହେ ଟଙ୍କିଆ ଜବତ କରିଛି ପୋଲିସ | ମୋଟ ୧ ଲକ୍ଷ ୩୦ ହଜାର ଟଙ୍କାର ନକଲି ନୋଟ ଜବତ କରାଯାଇଛି | ଏହା ସହିତ ଆରଏସଏସ ବିରୁଦ୍ଧରେ ଅପପ୍ରଚାର ପାଇଁ ପୁସ୍ତକ ବି ପ୍ରକାଶିତ ପାଇଥିବାର ଜଣାପଡିଛି |

ଖାଲି ସେତିକି ନୁହେ ସବୁଠୁ ବଡ କଥା ହେଉଛି, ଏହି ପୁରା ରାକେଟର ମାଷ୍ଟ୍ରମାଇଣ୍ଡ ଜଣେ ଓଡିଶା ପୁଅ | ଓଡିଶା ଭଦ୍ରକର ଜାହିର ଖାନ ନାମକ ଜଣେ ଯୁବକଙ୍କ ତତ୍ୱାବଧାନରେ ଏ ପୁରା କାରବାର ଚାଲିଥିବା କୁହାଯାଉଛି | ଆଉ ମଦ୍ରାସା ଭିତରୁ ଆରଏସଏସ ବିରୁଦ୍ଧରେ ଅପପ୍ରଚାର ସହ ନକଲି ନୋଟ୍ କାରବାର ସାମିଲ ଥିବା ପ୍ରିନ୍ସିପାଲ ବି ଓଡିଶା ର ବୋଲି ସୂଚନା ଦେଇଛନ୍ତି ପୋଲିସ | ପୋଲିସଙ୍କ କହିବା ଅନୁଯାୟୀ, ପ୍ରାୟ ୪ ବର୍ଷ ତଳେ ଜାହିର ପାଠପଢିବାକୁ ଉକ୍ତ ମଦ୍ରାସାକୁ ଆସିଥିଲା | ସେ ମଦ୍ରାସା ଭିତରେ ପ୍ରିଣ୍ଟର ଏବଂ ସ୍କାନର ବ୍ୟବହାର କରି ନକଲି ନୋଟ ଛାପୁଥିଲା | ଯାହାକୁ ନେଇ ଓଡିଶା ଲିଙ୍କ ରେ ୟୁପି ପୋଲିସ ଓଡିଶା ଆସିପାରେ |

 

Comments are closed.