Latest Odisha News

BREAKING NEWS

ପ୍ରଦର୍ଶିତ ହେବ ପ୍ରାମାଣିକ ଚଳଚ୍ଚିତ୍ର ‘ଓଡିଶାରେ ଗାନ୍ଧିଜୀ’

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୧ ତମ ଜୟନ୍ତୀ ପାଳିତ ହୋଇଛି ଶୁକ୍ରବାର ଦିନ । ଏହି ଅବସରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଏକ ପ୍ରାମାଣିକ ଫିଲ୍ମ ପ୍ରଦର୍ଶିତ କରାଯିବ ।

ସୂଚନାନୁଯାୟୀ, ଆଜି ଦିନ ୧୦ଟା ବେଳେ କୋଭିଡ-୧୯ ଗାଇଡଲାଇନକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଗାନ୍ଧି ଜୟନ୍ତୀ ଉତ୍ସବରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପୂର୍ବତନ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକଙ୍କ ସମେତ ଅନେକ ବିଭାଗୀୟ କର୍ତ୍ତୃପକ୍ଷ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।

ତେବେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ପର୍ଯ୍ୟବେସିତ ଏକ ଘଣ୍ଟିକିଆ ‘ଓଡିଶାରେ ଗାନ୍ଧିଜୀ’ ଶୀର୍ଷକ ନାମକ ଏକ ସ୍ୱତନ୍ତ୍ର ପ୍ରାମାଣିକ ଚଳଚ୍ଚିତ୍ର ଆଜି ୪ଟି ସ୍ଲଟରେ ବିଭିନ୍ନ ଟି.ଭି ଚାନେଲରେ ପ୍ରସାରିତ କରାଯିବ ।

Leave A Reply

Your email address will not be published.