Latest Odisha News

BREAKING NEWS

ଓଡିଶା ସହ ଗାନ୍ଧୀଙ୍କ ସମ୍ପର୍କ…

ଭୁବନେଶ୍ୱର: ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ବା ମହାତ୍ମା ଗାନ୍ଧୀ । ତାଙ୍କୁ ଜାତିର ପିତା ବୋଲି ମଧ୍ୟ ସମ୍ବୋଧନ କରାଯାଏ । ଆଜି ହେଉଛି ତାଙ୍କ ୧୫୧ ତମ ଜୟନ୍ତୀ ।ଇଂରେଜଙ୍କ ବିରୋଧରେ ଅହିଂସାର ସ୍ୱର ଶାଣିତ କରିଥିବା ଏହି ମହାତ୍ମାଙ୍କୁ ସାରା ଦେଶ ଆଜି ମନେ ପକାଉଛି ।

ଓଡିଶା ସହ ମଧ୍ୟ ଓତଃପ୍ରୋତ ଭାବେ ଜଡିତ ଥିଲେ ଗାନ୍ଧୀଜୀ । ସ୍ୱରାଜ ଆଶ୍ରମରେ ପ୍ରଦର୍ଶିତ ଗାନ୍ଧୀଙ୍କ ଓଡିଶା ଗସ୍ତ ଓ ତାରିଖ ପ୍ରମାଣ କରୁଛି ସେ ଓଡିଶାକୁ ସହ ଗାନ୍ଧୀଙ୍କ ନିବିଡତା କେତେ। ସେ ଓଡିଶା ଆସି ଏଠାରେ ଅନେକ ସଭାସମିତି କରିଛନ୍ତି । ଲୋକଙ୍କ ସହ ମିଶିଛନ୍ତି ।

୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖ ଗାନ୍ଧୀ ପ୍ରଥମେ ଓଡିଶା ଗସ୍ତରେ ଆସିଥିଲେ । ଏହି ଗସ୍ତ ସମୟରେ ସେ କଟକ, ଭଦ୍ରକ, ପୁରୀ, ସତ୍ୟବାଦୀ ଓ ବ୍ରହ୍ମପୁର ଆସିଥିଲେ ।

ଏହାପରେ ୧୯୨୫ ମସିହା ଅଗଷ୍ଟ ୧୯ ତାରିଖରେ ଗାନ୍ଧୀ କଟକ ଗସ୍ତରେ ଆସିଥିଲେ । ୨୯୨୭ ଡିସେମ୍ବର ୪ ତାରିଖ ବ୍ରହ୍ମପୁର, ଛତ୍ରପୁର, ବୋଲଗଡ଼, ବାଣପୁର, ଖୋର୍ଦ୍ଧା, ଜଟଣୀ, ପୁରୀ, ବାଲେଶ୍ୱର, ଭଦ୍ରକ, କଟକ ଗସ୍ତ କରିଥିଲେ । ଆହୁରି ମଧ୍ୟ ଅନେକ ଥର ଗାନ୍ଧିଜୀ ଓଡିଶା ଆସିଛନ୍ତି ।

ତେବେ ୧୯୩୮ ମସିହାରେ ଗାନ୍ଧୀଜିଙ୍କ ଓଡିଶା ଗସ୍ତ ସମୟରେ ସର୍ଦ୍ଦାର ପଟେଲ, ମୌଲାନ ଆଜାଦ୍‌, ରାଜେନ୍ଦ୍ର ପ୍ରସାଦଙ୍କ ଭଳି ସ୍ୱାଧୀନତା ସଂଗ୍ରାମର ବଡ଼ ନେତାମାନେ ତାଙ୍କ ସହ ସାମିଲ ଥିଲେ । ୧୯୪୬ ମସିହାରେ ଶେଷଥର ପାଇଁ ଗାନ୍ଧିଜୀ ଓଡିଶା ଗସ୍ତରେ ଆସିଥିଲେ ।

ଗାନ୍ଧୀ ଯେବେ ଓଡିଶା ଆସିଛନ୍ତି ତାଙ୍କୁ ଦେଖିବା ପାଇଁ ଅନେକ ଲୋକ ଏକତ୍ରିତ ହେଉଥିଲେ । ତେବେ ଗାନ୍ଧୀଜି ଓଡିଶାକୁ ଅନେକ ଥର ଆସିଛନ୍ତି । ଦେଶର ସ୍ୱାଧୀନତା ଆଣିବାରେ ଓଡିଶା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

Leave A Reply

Your email address will not be published.