Latest Odisha News

BREAKING NEWS

୭ ଜଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ଚତୁର୍ଥ କୋଭିଡ୍‌-୧୯ ରୋଗୀ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ୨୯ ବର୍ଷୀୟ ଯୁବକ ଯିଏକି ଓଡ଼ିଶାର ଚତୁର୍ଥ ପଜିଟିଭ୍ କରୋନା ସଂକ୍ରମିତ ବ୍ୟକ୍ତିଭାବେ ଚିହ୍ନଟ ହୋଇଛନ୍ତି ସେ ୭ ଜଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ଏହା ସୂଚନା ଦେଇଛନ୍ତି ଓଡ଼ିଶା ସରକାରଙ୍କ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

“ଏହି ଚତୁର୍ଥ ରୋଗୀ ଜଣକ ଦୁବାଇରେ କାର୍ଯ୍ୟରତ ଥିଲେ । ସେ ମାର୍ଚ୍ଚ ୧୮ରେ ଏମିରେଟ୍ସ ଫ୍ଲାଇଟ ଯୋଗେ କୋଲକାତାରେ ପହଞ୍ଚିଥିଲେ । ଏହାପରେ ଏକ ଟ୍ୟାକ୍ସି ଯୋଗେ ସେ ରେଲୱେ ଷ୍ଟେସନକୁ ଯାଇଥିଲେ । ସେ ଟ୍ୟାକ୍ସିରେ ଏକୁଟିଆ ଥିଲେ । ଇଷ୍ଟକୋଷ୍ଟ ଏକ୍ସପ୍ରେସର ଏସ-୧୧ କୋଚ ଯୋଗେ ସେ ଭଦ୍ରକ ଆସିଥିଲେ,” ବୋଲି ଶ୍ରୀ ବାଗଚୀ କହିଛନ୍ତି ।

ଭଦ୍ରକରେ ପହଞ୍ଚି ସେ ରେଲୱେ ଷ୍ଟେସନରୁ ଏକ ଅଟୋ ଯୋଗେ ଘରେ ପହଞ୍ଚିଥିଲେ ଏବଂ ଆଇସୋଲେସନରେ ରହିଥିଲେ । ମାର୍ଚ୍ଚ ୩୦ ତାରିଖ ଦିନ ତାଙ୍କର ଲାଳ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ଏହା ସୂଚନା ଦେଇଛନ୍ତି ଶ୍ରୀ ବାଗଚୀ ।

ଶ୍ରୀ ବାଗଚୀ ସୂଚନାଦେଇ କହିଛନ୍ତି ଯେ, ବୁଧବାର ଦିନ ସମୁଦାୟ ୬୧୦ଟି ଟେଷ୍ଟ ରିପୋର୍ଟ ଆସିଥିବା ବେଳେ ଏପର୍ଯ୍ୟନ୍ତ ରାଜ୍ୟର ୪ଟି ପଜିଟିଭ୍ କେସ୍ ଚିହ୍ନଟ ହୋଇଛି ।

Leave A Reply

Your email address will not be published.