Latest Odisha News

BREAKING NEWS

ଏହି ଦିନ ମୁକ୍ତିଲାଭ କରିବ ଆନିମେଟେଡ ଫିଚର ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’: ସୁପ୍ରିମକୋର୍ଟରୁ ମିଳିଲା ଗ୍ରୀନ ସିଗ୍‌ନାଲ

ଭୁବନେଶ୍ୱର: ବହୁପ୍ରତିକ୍ଷାର ହେଲା ଅନ୍ତ। ଶେଷରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଓଡ଼ିଶାର ପ୍ରଥମ ଆନିମେଟେଡ ଫିଚର ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’। ଆନିମେଟେଡ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଜୁଲାଇ ୧୭ ତାରିଖରେ ସିନେମା ହଲ୍‌ରେ ରିଲିଜ ହେବାର ଥିଲା। କିନ୍ତୁ ଆଇନଗତ ବିବାଦରେ ଫସିବା ପରେ ଏହାର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ଏବେ ସୁପ୍ରିମକୋର୍ଟରୁ ଗ୍ରୀନ ସିଗ୍‌ନାଲ ମିଳିବା ପରେ ବହୁ ପ୍ରତୀକ୍ଷିତ ଆନିମେଟେଡ ଫିଚର ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ର ଦେଶବ୍ୟାପୀ ରିଲିଜର ବାଟ ସମ୍ପୂର୍ଣ୍ଣ ଭାବେ ସଫା ହୋଇଛି।

ସୂଚନାଯୋଗ୍ୟ, ଓଡ଼ିଶାର ପ୍ରଥମ ଆନିମେଟେଡ ଫିଚର ଫିଲ୍ମ ବୋଲି କୁହାଯାଉଥିବା ‘ମହାପ୍ରଭୁ ଜଗନ୍ନାଥ’ ଏବେ ୨୮ ଅଗଷ୍ଟ ୨୦୨୬ରେ ସିନେପଲିସ ଜରିଆରେ ପ୍ୟାନ ଇଣ୍ଡିଆ ରିଲିଜ ହେବ। ଯୁବପିଢ଼ିଙ୍କ ମଧ୍ୟରେ ଭକ୍ତି ଓ ସାଂସ୍କୃତିକ ମୂଲ୍ୟବୋଧ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏହାକୁ ଏକ କାଳ୍ପନିକ କାହାଣୀ ଭାବେ ନିର୍ମାଣ କରାଯାଇଛି।

ସୂଚନା ଥାଉକି ଏହି ମାମଲାର ଶୁଣାଣି ସମୟରେ ମନ୍ଦିର କମିଟି ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ୍ ଜେନେରାଲ୍ (ଏଜି) ପୀତାମ୍ବର ଆଚାର୍ଯ୍ୟ ଏକ ରୋଚକ ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ, ଫିଲ୍ମରେ ଶ୍ରୀମନ୍ଦିରର ଆରାଧ୍ୟ ଦେବତାଙ୍କୁ ‘ଡୋରେମନ୍’ ଏବଂ ‘ସ୍ପାଇଡର୍-ମ୍ୟାନ୍’ ଭଳି ଏକ ଆନିମେଟେଡ୍ ରୂପରେ ଚିତ୍ରଣ କରାଯାଇଛି, ଯାହାକି ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ଧାର୍ମିକ ଭାବନାକୁ ଗଭୀର ଆଘାତ ଦେଇଛି। ଏହା ସହିତ ସେ ଅଭିଯୋଗ କରିଥିଲେ ଯେ, ଏକ ସ୍ୱତନ୍ତ୍ର ସ୍କ୍ରିନିଂ ପରେ ଫିଲ୍ମର ନିର୍ମାତାମାନେ ବିବାଦୀୟ ଦୃଶ୍ୟଗୁଡ଼ିକୁ କାଟିବାକୁ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ତାହା ପାଳନ କରିନାହାଁନ୍ତି।

ଅନ୍ୟପଟେ ପ୍ରଯୋଜନା ସଂସ୍ଥା (ପ୍ରଡକ୍ସନ୍ ହାଉସ୍) ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଦେବଦତ୍ତ କାମତ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ଫିଲ୍ମରେ କୌଣସି ପରିବର୍ତ୍ତନ କରାଯିବ ବୋଲି ସେମାନେ କେବେହେଲେ ପ୍ରତିଶ୍ରୁତି ଦେଇନଥିଲେ ବୋଲି ସେ ଯୁକ୍ତି ବାଢ଼ିଥିଲେ।

Leave A Reply

Your email address will not be published.