Latest Odisha News

ଏସିଆନ ଖୋ ଖୋ ଚାମ୍ପିୟନଶିପ: ଭାରତୀୟ ଦଳରେ ଅର୍ଚ୍ଚନା, କାଦମ୍ବିନୀ

ଭୁବନେଶ୍ୱର: ଗୌହାଟୀରେ ମାର୍ଚ୍ଚ ୨୦ରୁ ୨୩ ପର୍ଯ୍ୟନ୍ତ ଚତୁର୍ଥ ଏସିଆନ ଖୋ ଖୋ ଚାମ୍ପିୟନଶିପ ଆୟୋଜିତ ହେବ । ରବିବାର ଏ ନେଇ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ଓଡିଶାର ଅଧିନାୟିକା ଅର୍ଚ୍ଚନା ମାଝୀ ଓ ସାଥୀ ଖେଳାଳି କାଦମ୍ବିନୀଙ୍କୁ ସ୍ଥାନ ମିଳିଛି । ଓଡିଶାର ଏହି ଦୁଇ ପ୍ରତିଭାବାନ ଖେଳାଳି କିସର ଛାତ୍ରୀ ଅଟନ୍ତି । ସେମାନେ ଖୁବ ଶୀଘ୍ର ଭାରତୀୟ ଦଳ ସହିତ ଯୋଗ ଦେବେ । ଏହା ପରେ ୫ ଦିନିକିଆ ପ୍ରଶିକ୍ଷଣ କ୍ୟାମ୍ପ ଆୟୋଜିତ ହେବ ବୋଲି କିସ ପକ୍ଷରୁ ସୂଚନା ଦିଆଯାଇଛି । ଭାରତୀୟ ଦଳରେ ସ୍ଥାନ ପାଇବା ଗର୍ବର ବିଷୟ ବୋଲି ଉଭୟ ଖେଳାଳି କହିଛନ୍ତି ।

କ୍ରମାଗତ ପ୍ରଭାବୀ ପ୍ରଦର୍ଶନ କରି ସେମାନେ ଜାତୀୟ ଚୟନ କମିଟିଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି । ଭାରତ ଏହି ଚାମ୍ପିୟନଶିପରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.