Latest Odisha News

BREAKING NEWS

ବିବାହ ପ୍ରସ୍ତାବରେ ଅରାଜି ହେବାରୁ ଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ !, ବନ୍ଧାହେଲା ଅଭିଯୁକ୍ତ

କଟକ: ବିବାହ ପ୍ରସ୍ତାବରେ ରାଜି ନ ହେବାରୁ ଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ଗିରଫ ହେଲେ ଯୁବକ । କଟକ ମର୍କତ ନଗର ଥାନା ପୋଲିସ ଯାଜପୁର ଜିଲ୍ଲା ସପନପୁରର ଅବିନାଶ ମିଶ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ, ସେକ୍ଟର-୯ରେ ରୁହନ୍ତି ଅଭିଯୁକ୍ତ ଅବିନାଶ ମିଶ୍ର । ଗତବର୍ଷ ଅବିନାଶ ଯୁବତୀ ଜଣଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ନିଜକୁ ଅବିନାଶ ଆଇସିଏମଆରର ବୈଜ୍ଞାନିକ ପରିଚୟ ଦେଇଥିବା ବେଳେ ସତ ଜାଣିବା ପରେ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ଯୁବତୀ ଓ ତାଙ୍କ ପରିବାର ।

ଆଉ ବିବାହ ପ୍ରସ୍ତାବକୁ ନାଁ କହିବା ଅବିନାଶଙ୍କୁ ବ୍ୟଥିତ କରିଥିଲା । ଗତବର୍ଷ ଅକ୍ଟୋବର ୩ ତାରିଖରେ ଯୁବକୀ ଜଣଙ୍କୁ ଅବିନାଶ କାରରେ ଅପହରଣ କରି ନେଇ ହୋଟେଲରେ ଦୁଷ୍କର୍ମ କରିଥିଲେ । ଏପରିକି ଦୁଷ୍କର୍ମର ଭିଡିଓକୁ ମୋବାଇଲରେ ଅବିନାଶ ରେକର୍ଡ କରିଥିବା ପୋଲିସ ସୂଚନା ଦେଇଛି ।

ପରେ ଅବିନାଶ ଉକ୍ତ ଭିଡିଓକୁ ଦେଖାଇ ବାରମ୍ବାର ବିବାହ ପାଇଁ ଧମକ ଦେଉଥିଲେ । ଏନେଇ ଗତ ଫେବ୍ରୁଆରୀ ମାସରେ ଯୁବତୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଅବିନାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୀଡ଼ିତାଙ୍କ ବୟାନ ରେକର୍ଡ ପରେ ଡାକ୍ତରୀ ମାଇନା କରାଯାଇଛି ।

Leave A Reply

Your email address will not be published.