Latest Odisha News

BREAKING NEWS

ଦେଶରେ ଷ୍ଟ୍ରୋକ୍‌ ପୀଡିତଙ୍କ ମାମଲାରେ ଶୀର୍ଷରେ ଓଡିଶାର କଟକ

ଭୁବନେଶ୍ୱର: ଦେଶରେ ଷ୍ଟ୍ରୋକ୍ ଜନିତ ମାମଲାରେ କଟକ ଜିଲ୍ଲା ଶୀର୍ଷରେ ରହିଛି। ଏ ନେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ସର୍ଭେରୁ ଜଣାପଡିଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ର ଅଧ୍ୟୟନ ଅନୁଯାୟୀ, କଟକ ଜିଲ୍ଲାର ପ୍ରତ୍ୟେକ ଏକ ଲକ୍ଷ ଜନସଂଖ୍ୟାରେ ୧୮୭ ଜଣ ବ୍ୟକ୍ତି ପ୍ରତିବର୍ଷ ଷ୍ଟ୍ରୋକରେ ପୀଡିତ। ଆସାମର କାଚର ଜିଲ୍ଲାରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୯୬ଟି ଷ୍ଟ୍ରୋକ୍ ମାମଲା ରିପୋର୍ଟ ହୋଇଛି।

ଷ୍ଟ୍ରୋକ୍ ହେବାର ୨୮ ଦିନ ମଧ୍ୟରେ ମୃତ୍ୟୁ ହାରରେ ଉତ୍ତରପ୍ରଦେଶର ବାରାଣାସୀ ବର୍ଷରେ ଗୋଟିଏ ଲକ୍ଷରେ ସର୍ବାଧିକ ୪୬ ଜଣ ମୃତ୍ୟୁବରଣ କରିଥିବା ବେଳେ ଆସାମର କାଚରରେ ୩୯.୯ ମୃତ୍ୟୁ ସହ କଟକରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ନ୍ୟାସନାଲ ସେଣ୍ଟର ଫର ଡିଜିଜ୍‌ ଇନଫରମେଟିକ୍ସ ଆଣ୍ଡ ରିସର୍ଚ୍ଚ (NCDIR) ଦ୍ୱାରା ICMR ର ବେଙ୍ଗାଲୁରୁ ୟୁନିଟରେ କରାଯାଇଥିଲା।

Leave A Reply

Your email address will not be published.