Latest Odisha News

BREAKING NEWS

ହୃଦରୋଗ ବିଶେଷଜ୍ଞ ଡାଃ ଯଦୁନାଥ ପ୍ରସାଦ ଦାସଙ୍କ ପରଲୋକ

ଭୁବନେଶ୍ୱର: ରାଜ୍ୟ ତଥା ଦେଶର ସୁନାମଧନ୍ୟ ହୃଦରୋଗ ବିଶେଷଜ୍ଞ ଡାଃ ଯଦୁନାଥ ପ୍ରସାଦ ଦାସଙ୍କ ପରଲୋକ। ୯୦ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ଆଦି ସନ୍ଧ୍ୟା ୬.୨୦ ମିନିଟ ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।

ସେ ଏକାଧାରରେ ଜଣେ ଚିକିତ୍ସାବିଜ୍ଞାନୀ ସହିତ ଜଣେ କଳାର ଉପାସକ ଥିଲେ। ଅପର ପକ୍ଷରେ ସେ ଜଣେ ଯଶସ୍ୱୀ ଚିତ୍ରଶିଳ୍ପୀ ଥିଲେ। ଶେଷ ସମୟରେ ତାଙ୍କ ପାଖରେ ତାଙ୍କ ପାଖରେ ତାଙ୍କ ଧର୍ମ ପତ୍ନୀ ସମାଜସେବୀ ଶ୍ରୀମତୀ ଗାୟତ୍ରୀ ଦାସ, ସୁପୁତ୍ର ଡ. ଦେବବ୍ରତ ଦାସ, ପୁତ୍ରବଧୂ ବିଦ୍ୟା ଦାସ, ନାତୁଣୀ ଈଶାନୀ ଦାସଙ୍କ ସହିତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ପ୍ରଫେସର ଡ. ଯଦୁନାଥ ପ୍ରସାଦ ଦାସ ୧୯୩୩ ମସିହା ଅଗଷ୍ଟ ୫ ତାରିଖରେ ଖୋର୍ଦ୍ଧାରେ ଜନ୍ମ ଗ୍ରହଣ କରିଥିଲେ। ବିଶ୍ବନାଥ ଦାସ ଓ ନୀଳମଣି ଦେବୀ ତାଙ୍କର ପିତା-ମାତା ଥିଲେ। ସେ ଜେପି ଦାସ ନାମରେ ଅଧିକ ଲୋକପ୍ରିୟ ଥିଲେ। ପ୍ରଫେସର ଜେପି ଜଣେ ଉଚ୍ଚମାନର ହୃଦରୋଗ ବିଶେଷଜ୍ଞ ହୋଇଥିଲେ ହେଁ ଜଣେ ସ୍ୱନାମଧନ୍ୟ ଚିତ୍ରଶଳ୍ପୀ ଓ ସୌଖୀନ କାବ୍ୟଶିଳ୍ପୀ ଭାବରେ ତାଙ୍କର ପରିଚିତି ସର୍ବଜନବିଦିତ। ହୃଦରୋଗ ଚିକିତ୍ସା କ୍ଷେତ୍ରରେ ଜେପି ଦାସଙ୍କ ବିଶେଷ ଅବଦାନ ଥିଲା। ସମଗ୍ର ଭାରତରେ ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ଷଷ୍ଠ କାର୍ଡିଓଲୋଜିଷ୍ଟ ସମଗ୍ର ଭାରତରେ ଅନ୍ୟତମ ଶ୍ରେଷ୍ଠ ମେଡିକାଲ ଶିକ୍ଷକ ରୂପେ ପରିଚିତ ଥିଲେ।

 

Leave A Reply

Your email address will not be published.