Latest Odisha News

BREAKING NEWS

ରିକି ପଂଟିଙ୍କୁ ପଛରେ ପକାଇଲେ କୋହଲି

ଅହମ୍ମଦାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟ ଫାଇନାଲ ଅବସରରେ ଭାରତର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଏକଦିବସୀୟ ବିଶ୍ୱକପରେ ସର୍ବାଧିକ ରନ ସଂଗ୍ରହରେ କୋହଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଂଟିଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । କୋହଲି ୩୭ ଇନିଂସରେ ୧୭୪୪ ରନ କରିଛନ୍ତି । ପଂଟି ୪୨ ଇନିଂସରେ ୧୭୪୩ ରନ କରିଥିଲେ । ଏହି ତାଲିକାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୪୪ ଇନିଂସରେ ୨୨୭୮ ରନ କରି ଆଗରେ ରହିଛନ୍ତି ।

ସେହିପରି ବିଶ୍ୱକପରେ ଅଧିନାୟକ ଭାବେ ରୋହିତ ଶର୍ମା ମଧ୍ୟ କୀର୍ତିମାନ ସ୍ଥାପନ କରିଛନ୍ତି । ଗୋଟିଏ ସଂସ୍କରଣରେ ଅଧିକ ରନ କରିବାରେ ନ୍ୟୁଜିଲାଣ୍ଡର କେନ ୱିଲିୟମସନଙ୍କୁ ପଛରେ ପକାଇ ଦେଇଛନ୍ତି । ରୋହିତ ୫୯୭ ରନ କରିଥିବା ବେଳେ ୱିଲିୟମସନ ୫୭୮ ରନ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ସଂସ୍କରଣ ଫାଇନାଲରେ ରୋହିତ ୪୭ ରନ କରିଥିଲେ ।

Leave A Reply

Your email address will not be published.