Latest Odisha News

BREAKING NEWS

ଅମ୍ଫାନ ସହାୟତା: ପଶ୍ଚିମବଙ୍ଗରେ ଓଡିଶାର ଅଗ୍ନିଶମ କର୍ମଚାରୀ

କଟକ: ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଓଡ଼ିଶାର ଫାୟାର ଫାଇଟର। କଟକର ନରାଜ ଅଗ୍ନିଶମ ତାଲିମ କେନ୍ଦ୍ରରୁ ଶନିବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ବାହାରିଥିଲେ ୩୦୦ ଅଗ୍ନିଶମ କର୍ମଚାରୀ।

ପାଖାପାଖି ପ୍ରାୟ ୩୦ ଗୋଟି ଗାଡ଼ିରେ ଓଡ଼ିଶାର ଏଇ ଯୋଦ୍ଧା ଅତ୍ୟାଧୁନିକ ଯନ୍ତ୍ରପାତି ନିଜ ସହ ନେଇ ପଶ୍ଚିମବଙ୍ଗ ଯାଇଥିବା ସୂଚନା ମିଳିଛି। ଏପରିକି ପଶ୍ଚିମବଙ୍ଗ ସରକାର ଉପରେ ବୋଝ ନହେବା ଓଡ଼ିଶାର ଏହି ଅଗ୍ନିଶମ ବାହିନୀ ନିଜ ସହ ଖାଦ୍ୟ ସାମଗ୍ରୀ ମଧ୍ୟ ନେଇଛନ୍ତି।

ଅମ୍ଫାନ ରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ଗୁଡିକର ମୁକାବିଲା କରିବା ସହ ଅବରୋଧ ହଟାଇବା ପାଇଁ ଏମାନେ ପଶ୍ଚିମବଙ୍ଗ ସରକାରଙ୍କୁ ସହାୟତା କରିବେ।

ଅନ୍ୟପଟେ କୋଲକାତା କରୋନାର ହଟସ୍ପଟ ହୋଇଥିବାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ଅଗ୍ନିଶମ କର୍ମଚାରୀ ସାଥିରେ ନିଜ ପାଇଁ ଦୁଇ ହଳ ଲେଖାଏଁ ‘ପିପିଇ କିଟ’ ନେଇ ଯାଇଥିବା ସୂଚନା ମିଳିଛି। ଏହା ସହ ସମସ୍ତଙ୍କ ସ୍ୱାସ୍ଥ୍ୟର ବିଶେଷ ଭାବରେ ଧ୍ୟାନ ରଖାଯିବା ନେଇ ମୁଖ୍ୟ ଫାୟାର ଅଫିସର କହିଛନ୍ତି।

Leave A Reply

Your email address will not be published.