Latest Odisha News

ଭୁବନେଶ୍ୱରରେ ଖୋଲିଲା ପ୍ରଥମ ରୋବୋଟ୍ ରେଷ୍ଟୁରାଣ୍ଟ

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରର ରେଷ୍ଟୁରାଣ୍ଟରେ ରୋବୋଟ୍ । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ ।

ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳର ‘ଡିଏଲଏଫ’ ଟାୱାର ଠାରେ ବୁଧବାର ଦିନ ଏହି ରେଷ୍ଟୁରାଣ୍ଟର ଶୁଭାରମ୍ଭ ହୋଇଛି । ଏହାର ନାମ ରଖାଯାଇଛି ‘ରୋବୋ ସେଫ ରେଷ୍ଟୁରାଣ୍ଟ’ ।

ସବୁ ରେଷ୍ଟୁରାଣ୍ଟ ଭଳି ଏଠାରେ ମଧ୍ୟ ଆପଣଙ୍କୁ ଏକ ମେନୁ ପ୍ରଦାନ କରାଯିବ ଏବଂ ଆପଣ ମେନୁ ଦେଖି ଖାଦ୍ୟ ଅର୍ଡର ଦେବେ । ଆଉ ତାପର ଅର୍ଡର ଅନୁସାରେ ଆପଣଙ୍କ ଟେବୁଲରେ ଖାଦ୍ୟ ପରସି ଦେବେ ୱେଟର । ହେଲେ ଏଠାରେ ଆପଣଙ୍କ ଠାରୁ ଅର୍ଡର ନେଇ ଖାଦ୍ୟ ପରସି ଦେବାକୁ ଅଛନ୍ତି ୨ଟି ରୋବର୍ଟ । ଏମାନଙ୍କ ନାମ ଚମ୍ପା ଓ ଚମେଲି ରଖାଯାଇଛି ।

ପୂର୍ବ ଭାରତର ଏହା ପ୍ରଥମ ରୋବୋ ରେଷ୍ଟୁରାଣ୍ଟ ହୋଇଥିବା ବେଳେ, ନିଜ ଆମେରିକା ଗସ୍ତ ସମୟରେ ସେଠାକାର ରେଷ୍ଟୁରାଣ୍ଟ ମାନଙ୍କରେ ରୋବୋଟ୍ ସେବା ଦେଖି ସେଠାରୁ ପ୍ରେରଣା ପାଇ ଏହି ରେଷ୍ଟୁରାଣ୍ଟ ଖୋଲିଥିବା କହନ୍ତି ‘ରୋବୋ ସେଫ’ର ମାଲିକ ଜିତ୍ ବସା।

“ଚେନ୍ନାଇ, ବାଙ୍ଗାଲୋର ଭଳି ବଡ଼ ବଡ଼ ସହରର ଅନେକ ରେଷ୍ଟୁରାଣ୍ଟରେ ରୋବୋଟ୍ ସେବା ରହିଛି । ତେବେ ସେମାନେ ଏହି ରୋବୋଟ୍ ଗୁଡିକୁ ଚାଇନାରୁ ଆମଦାନୀ କରୁଥିବା ବେଳେ, ଆମ ରେଷ୍ଟୁରାଣ୍ଟର ରୋବର୍ଟ ଦ୍ୱୟ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି । ଜୟପୁର ସ୍ଥିତ ଏକ ଉଦ୍ୟୋଗ ଏହାକୁ ତିଆରି କରିଥିବା” ଜିତ୍ କହିଛନ୍ତି ।

Leave A Reply

Your email address will not be published.